Breaking PLUSଦେଶବ୍ୟକ୍ତିତ୍ୱମନୋରଞ୍ଜନସେଲିବ୍ରିଟି

ଟାଇଗର-୩ର ଟିଜର ରିଲିଜ ପରେ ଅପେକ୍ଷାରେ ପ୍ରଶଂସକ

ଖୁବ୍ ଶୀଘ୍ର ବଡ ପରଦାରେ ନଜର ଆସିବେ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍

ଖୁବ୍ ଶୀଘ୍ର ବଡ ପରଦାରେ ନଜର ଆସିବେ ସଲମାନ ଖାନ୍ ଓ କ୍ୟାଟ୍ରିନା କୈଫ୍ । ଟାଇଗର ସିରିଜର ତୃତୀୟ ସଂସ୍କରଣରେ ପୁଣିଥରେ ନାୟକ-ନାୟିକା ଭାବେ ନଜର ଆସିବେ ସଲମାନ ଓ କ୍ୟାଟ୍ । ଦମଦାର ଆକ୍ସନ ସହ ରୋମାନ୍ସ ସହ ସାମ୍ନାକୁ ଆସୁଛି ଟାଇଗର-୩ । ଏକ ଟିଜର ଜରିଆରେ ଚଳଚ୍ଚିତ୍ର ଟାଇଗର- ଥ୍ରୀର ଘୋଷଣା ହୋଇଥିବା ବେଳେ ଗୋଟିଏ  ଟିଜରରେ କ୍ୟାଟ୍ରିନାଙ୍କ ଜବରଦସ୍ତ ଆକସନ  ଦେଖିବାକୁ ମିଳିଛି । ସେହିପିର ଟିଜରର ଶେଷ ଭାଗରେ ସଲମାନ ଏଣ୍ଟ୍ରି କରିବା ସହ ଧମାକାଦାର ଡାଏଲଗ କହିଛନ୍ତି । ଚଳିତ ବର୍ଷ ଏହି ଫିଲ୍ମରେ ଇମ୍ରାନ ହାସମୀ ଏଣ୍ଟ୍ରି କରିଛନ୍ତି ।

କ୍ୟାଟ୍ରିନାଙ୍କ ପ୍ରଶ୍ନରେ ଟାଇଗର ସବୁବେଳେ ରେଡି ବୋଲି ସଲମାନ ଟିଜରରେ କହିଛନ୍ତି । ଆଗାମୀ ବର୍ଷ ଏପ୍ରିଲ ୨୩ ତଥା ଇଦରେ  ରିଲିଜ ହେବ ଏହି ବିଗ ବଜେଟ ମୁଭି । ଅଫିସିଆଲ ଆନାଉନ୍ସ ପରେ ଟିଜରକୁ ନେଇ ବେଶ ଉତ୍ସାହିତ ଅଛନ୍ତି ସଲମାନଙ୍କ ଫ୍ୟାନ୍ । ୟଶରାଜ ବ୍ୟାନରରେ ନିର୍ମିତ ଟାଇଗର ୩ ର ନିର୍ଦେଶନା ଭାର ମନୀଷ ଶର୍ମା ତୁଲାଇଛନ୍ତି । ସଲମାନଙ୍କ ଟାଇଗର ସିରିଜର ତୃତୀୟ ପାର୍ଟ ତୁର୍କି , ଅଷ୍ଟ୍ରିୟା ଓ ରୃଷ ଭଳି ସ୍ଥାନରେ ସୁଟ କରାଯାଇଛି । ନିକଟରେ ଦିଲ୍ଲୀରେ ଫିଲ୍ମର କିଛି ଅଂଶକୁ ସୁଟ କରାଯାଇଥିଲା । ଟାଇଗର ସିରିଜର ପ୍ରଥମ ୨ ଭାଗକୁ ବେଶ ପସନ୍ଦ କରିଥିଲେ ସିନେପ୍ରେମୀ । ଏମିତିକି ବଡପରଦାରେ ଅନେକ ରେକର୍ଡ ଭାଙ୍ଗିଥିଲା ଟାଇଗରର ଉଭୟ ପାର୍ଟ ।ସିରିଜର ପ୍ରଥମ ଭାଗ ଏକ ଥା ଟାଇଗର ୨୦୧୨ ରେ ରିଲିଜ ହୋଇଥିଲା । ସେହିପରି ୨୦୧୭ ରେ ୨ୟ ଭାଗ ଟାଇଗର ଜିନ୍ଦା ହେ କୁ ରିଲିଜ କରାଯାଇଥଇଲା । ପ୍ରଥମ ଭାଗକୁ କବୀର ଖାନ ଡିରେକ୍ଟ କରିଥିବା ବେଳେ ଟାଇଗର ଜିନ୍ଦା ହେ କୁ ଅଲ୍ଲି ଆବାଜ ଜାଫର ଡିରେକ୍ଟ କରିଥିଲେ । ଉଭୟ ପାର୍ଟ ଜବରଦସ୍ତ ସଫଳତା ପାଇଥିବାରୁ ଟାଇଗର-ଥ୍ରୀରେ କ୍ୟାଟଙ୍କୁ ରିପ୍ଲେସ କରିନାହାନ୍ତି ଭାଇଜାନ । ପୂର୍ବ ଫିଲ୍ମ ପରି ଆକ୍ସନ ଓ ଆଙ୍ଗ୍ରି ଲୁକ୍ ରେ ନଜର ଆସିଛନ୍ତି ଭାଇଜାନ୍ ।

Show More

Related Articles

Back to top button