ଦେଶ ବିଦେଶପାଣିପାଗସ୍ୱତନ୍ତ୍ର

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଛଟପଟ ଚାଇନାବାସୀ,୬୧ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା

ଚାଇନାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ସେଠାରେ ଗରମ ଏବଂ ଖରାର ମାତ୍ରା ଏପରି ରହିଛି ଯେ , ଦୀର୍ଘ ୬୧ ବର୍ଷର ରେକର୍ଡ ଭାଙ୍ଗିଛି । ଚୁଆନ ପ୍ରଦେଶର ଚୋଙ୍ଗକିଙ୍ଗ ସହରରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଥିବାବେଳେ ଦେଶର କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଅନେକ ସହରରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀରୁ ଅଧିକ ରହୁଛି । ଗରମ ଓ ଗୁଳୁଗୁଳି ସାଙ୍ଗକୁ ବିଦ୍ୟୁତ୍‌ ସମସ୍ୟା ଯୋଗୁଁ ଅନେକ ସମସ୍ୟା ଭୋଗୁଛନ୍ତି ଚାଇନାବାସୀ । ତେଣୁ ଚାଇନାରେ ବିଦ୍ୟୁତ୍‌ ସଞ୍ଚୟ କରିବାକୁ ମାତ୍ର ୫ ଘଣ୍ଟା ପାଇଁ ଖୋଲାଯାଉଛି ସମସ୍ତ ଶପିଂମଲ୍‌ ।

ସେହିପରି ଚାଇନାର ୧୬୫ଟି ସହରକୁ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ତାପମାତ୍ରାକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଗତ ବର୍ଷ ତୁଳନାରେ ଚଳିତ ଜୁଲାଇରେ ଚାଇନାରେ ୪୦% କମ୍‌ ବର୍ଷା ହୋଇଛି।  ଚାଇନାର ସିଚୁଆନ, ଜିଆଙ୍ଗସି, ଆନ୍‌ହୁଇ, ହୁବେଇ, ହୁନାନ, ଏବଂ ଚୋଙ୍ଗକିଙ୍ଗ ପରି ୨.୫ ମିଲିୟନ ଲୋକ ଏବଂ ୨.୨ ନିୟୁତ ହେକ୍ଟର ଜମିକୁ ସମ୍ପୂର୍ଣ୍ଣ ଶୁଖାଇ ଦେଇଥିବା ଯୋଗୁଁ ମରୁଡ଼ି ପରିସ୍ଥିତି ଉପୁଜିଛି । ଉତ୍ତାପ ସହିତ ଚାଇନାବାସୀ ମଧ୍ୟ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। ଏତିପାଇଁ ୮ ଲକ୍ଷରୁ ଅଧିକ ଲୋକଙ୍କୁ ତୁରନ୍ତ ସହାୟତା ଆବଶ୍ୟକ ବୋଲି ଚାଇନାର ଜରୁରିକାଳୀନ ପରିଚାଳନା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

 

 

Show More

Related Articles

Back to top button