Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଦିଲ୍ଲୀର ଆମ ଆଦମୀ ପାର୍ଟିର ୨୫ ବିଧାୟକ ନିଖୋଜ

ନୂଆଦିଲ୍ଲୀ : ଦିଲ୍ଲୀ ରାଜନୀତିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଆମ ଆଦମୀ ପାର୍ଟିର ୨୫ ବିଧାୟକ ନିଖୋଜ୍ ଅଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଡାକିଥିବା ବୈଠକରେ ବିଧାୟକମାନେ ଅନୁପସ୍ଥିତ ଥିଲେ । ସେମାନଙ୍କୁ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେବି ସେମାନଙ୍କ ଫୋନ ଲାଗୁନାହିଁ କି ତାଙ୍କ କୌଣସି ପତା ମିଳୁନାହିଁ । ଯାହା ଏବେ ଦିଲ୍ଲୀ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହେଉଛି । ଅନ୍ୟ ରାଜ୍ୟ ଭଳି ଦିଲ୍ଲୀର ବିଧାୟକମାନଙ୍କ ନିଖୋଜ ଘଟଣା ଏକ ଭିନ୍ନ ବାର୍ତ୍ତା ଦେଉଛି । ସେମାନେ କେଜ୍ରିୱାଲଙ୍କ ବିରୋଧରେ ବିଦ୍ରୋହ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । କେତେକ ରାଜନୀତିକ ସମୀକ୍ଷକମାନେ ଏଭଳି ଅନୁମାନ କରୁଛନ୍ତି । ଅପରପକ୍ଷରେ ଆପ ବିଧାୟକଙ୍କ ନିଖୋଜ ଘଟଣାକୁ ଆପ ନେତାମାନେ ସ୍ୱୀକାର କରିଛନ୍ତି । ଏମିତିକି ବିଜେପି ଏଭଳି ଷଡ଼ଯନ୍ତ୍ର କରିଥାଇପାରେ ବୋଲି ନେତାମାନେ ଅନୁମାନ କରୁଛନ୍ତି ।

Show More

Related Articles

Back to top button