Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ

କଟକ: କଟକର ବଡ଼ ମେଡିକାଲ ଏସ୍‌ସିବିରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ପ୍ରଥମେ କାଜୁଆଲିଟି ଓ ପରେ ସ୍ୱତନ୍ତ୍ର ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କର କିଡନୀ ଜନିତ  ସମସ୍ୟା ଥିବାରୁ ଗତକାଲି ଜୟପୁର ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା।୨୧ ତାରିଖରେ କମଳା ପୂଜାରୀ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଝାଡ଼ା ଓ ଜ୍ୱର ହୋଇଥିଲା। ପରିବାର ଲୋକେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଚିକିତ୍ସା ପରେ ଝାଡ଼ା ଓ ଜ୍ୱର କମିଯାଇଥିଲା। ପରେ ଡାକ୍ତର କମଳା ପୂଜାରୀଙ୍କର ରକ୍ତ ଓ ପରିଶ୍ରା ପରୀକ୍ଷା କରିଥିଲେ। ରିପୋର୍ଟରେ ୟୁରିଆ ଓ କ୍ରେଟିନ୍ ଅଧିକ ଆସିଥିଲା। ଅଧିକ ଚିକିତ୍ସା ପାଇଁ  ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି।

Show More

Related Articles

Back to top button