Breaking PLUSଜୀବନଚର୍ଯ୍ୟାଦୁର୍ଘଟଣାମୁଖ୍ୟ ଖବରସ୍ୱତନ୍ତ୍ର

୩ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ଦେଖି, ନଦୀକୁ ଡେଇଁଲେ ବାପା

ରାୟଗଡ଼ା : ବାପାର ଆଖି ସାମ୍ନାରେ ତିନି ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ଦେଖି ଛୁଆକୁ ବଞ୍ଚେଇବାକୁ ନଦୀକୁ ଡେଇଁଲେ ବାପା । ଛୁଆ ଉପରକୁ ବିପଦ ଆସୁଥିବା ଦେଖିଲେ ନିଜ ଜୀବନକୁ ବାଜି ଲଗାଇ ପିଲାମାନଙ୍କୁ ସୁରକ୍ଷା ଦେଇଥାଏ ବାପା । ନିଜ ଜୀବନକୁ ମରଣ ମୁହଁକୁ ଠେଲି ଛୁଆକୁ ସୁରକ୍ଷା ଦିଏ ବାପା। ଏମିତି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ନାଗାବଳୀ ନଦୀର ଝୁଲାପୋଲ ନିକଟରେ । ୩ ଜଣ ଛୁଆ ନଦୀର ପ୍ରଖର ସ୍ରୋତରେ ଭାସିଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବାକୁ ନଦୀକୁ ଡେଇଁ ପଡ଼ିଥିଲେ ସେମାନଙ୍କ ବାପା। ସେ ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଆଉ ଏକ ଛୁଆର ପତ୍ତା ମିଳୁନି। ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶ ଏଲୁରର ଗୋଟିଏ ପରିବାର ରାୟଗଡ଼ା ବୁଲିବାକୁ ଆସିଥିଲେ। ସେମାନଙ୍କ ମଧ୍ୟରେ ୩ ଛୁଆ ଓ ବାପା ମା’ ଥିଲେ। ଝୁଲା ପୋଲ ବୁଲି ସାରିବା ପରେ ୩ ଛୁଆ ସେମାନଙ୍କ ବାପାଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତରେ ୩ ଛୁଆ ଭାସି ଯାଇଥିଲେ। ଏହା ଦେଖି ସେମାନଙ୍କ ବାପା ନଦୀକୁ ଡେଇଁ ପଡ଼ିଥିଲେ। ନଦୀର ପ୍ରଖର ସ୍ରୋତରୁ ସେ ତାଙ୍କର ୨ ଜଣ ଛୁଆଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ତାଙ୍କର ଆଉ ଜଣେ ଛୁଆର ସନ୍ଧାନ ମିଳୁ ନ ଥିବା ବେଳେ ଦୀର୍ଘ ସମୟ ଧରି ନଦୀରେ ଫସି ରହିଥିଲେ ସେ। ସେ ପ୍ରାୟ ଘଣ୍ଟାଏ କାଳ ଏକ ପଥରକୁ ଧରି ନଦୀ ମଧ୍ୟରେ ଫସି ରହିଥିବା ବେଳେ ଓଡ୍ରାଫ ଟିମ୍‌ ତାଙ୍କୁ ଉଦ୍ଧାର କରିଥିଲା। ଏଥିସହ ତାଙ୍କର ନିଖୋଜ ୬ ବର୍ଷର ଶିଶୁକୁ ଉଦ୍ଧାର କରିବା ପାଇଁ ଅପରେସନ୍ ମଧ୍ୟ ଜାରି ରହିଛି।

 

Show More

Related Articles

Back to top button