ଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟ

ପୁରୀ ବେଳା ଭୂମିରେ କଉଡି ଗଣେଶ

ପୁରୀ ବେଳା ଭୂମିରେ ବାଲୁକା କଳାରେ କଉଡି ଗଣେଶ ଦେଖିବାକୁ ମିଳିଛି । ଗଣେଶ ପୂଜା ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଚିତ୍ରକଳା ମାଧ୍ୟମରେ ଦେଶବାସୀଙ୍କୁ ଗଣେଶ ପୂଜାର ଅଭିନନ୍ଦନ ଜଣାଇଛନ୍ତି । ଏହି ଗଣେଶ ତିଆରି କରିବା ପାଇଁ ୭ ହଜାରରୁ ଅଧିକ କଉଡି ଓ ଶାମୂକା ବ୍ୟବହାର ହୋଇଥିବା ବେଳେ ଏହାକୁ ତିଆରି କରିବା ପାଇଁ ପାଖାପାଖି ୪ ଘଣ୍ଟା ସମୟ ଲାଗିଥିଲା । ଏହି କଳାକୃତିକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ ଜମିଥିଲା । କୋଭିଡ ମହାମାରୀ ସମୟରେ ସାରାବିଶ୍ୱ ବାସୀଙ୍କୁ ଗଜାନନ ରକ୍ଷା କରିବା ସହ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ବାଲୁକା କଳା ମାଧ୍ୟମରେ ସୁଦର୍ଶନ ପଟ୍ଟନାୟକ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Show More

Related Articles

Back to top button