Breaking PLUSରାଜନୀତି

ମମତାଙ୍କ ବିପକ୍ଷରେ ପ୍ରିୟଙ୍କା

ସେପ୍ଟେମ୍ବର ୩୦ରେ ଭବାନୀପୁର ଉପ-ନିର୍ବାଚନ

ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନରେ ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିମଏସି ଟିକେଟରୁ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି ଆଉ ତାଙ୍କୁ ମାତ୍ ଦେବାକୁ ପ୍ରିୟଙ୍କା ଟିବ୍ରେୱାଲଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏନେଇ ଦଳ ପକ୍ଷରୁ ଘୋଷଣା ହୋଇଛି । ପ୍ରିୟଙ୍କା ଟିବ୍ରେୱାଲ ପେଶାରେ ଜଣେ ଓକିଲ । ସେ ଉଭୟ କୋଲକାତା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ଓକିଲାତି କରିଛନ୍ତି ତା ସହିତ ସେ ବିଜେପି ନେତା ବାବୁଲ ସୁପ୍ରିୟୋଙ୍କ ଆଇନ୍‌ ପରାମର୍ଶଦାତା ମଧ୍ୟ ରହିସାରିଛନ୍ତି । ସେ ୨୦୧୪ରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୫ରେ ସେ କୋଲକାତା ନଗର ପରିଷଦ ନିର୍ବାଚନ ଲଢିଥିଲେ । ସେ ଦଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳିଛନ୍ତି । ବିଜେପି ତାଙ୍କୁ ଦଳର ଯୁବମୋର୍ଚ୍ଚାର ରାଜ୍ୟ ଉପାଧ୍ୟକ୍ଷ ମଧ୍ୟ କରିଥିଲା ।

ସେପ୍ଟେମ୍ବର ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ମମତା ଆଜି ଭବାନୀପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିବେ । ପୂର୍ବରୁ ମମତା ଭବାନୀପୁରରୁ ଦୁଇଥର ନିର୍ବାଚନ ​​ଜିତିଛନ୍ତି । ଏଥର ମଧ୍ୟ ମମତାଙ୍କ ପାଇଁ ଭବାନୀପୁର ଉପ-ନିର୍ବାଚନ ଜିତିବା ନିହାତି ଆବଶ୍ୟକ । ନଚେତ ମମତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଆସନ ଖସି ଯାଇପାରେ । କାରଣ ବିଧାୟକ ନଥାଇ ମଧ୍ୟ ଯଦି କେହି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ୬ ମାସ ମଧ୍ୟରେ ନିର୍ବାଚିତ ହେବାକୁ ପଡିଥାଏ । ତେଣୁ ଉଭୟ ମମତା ଓ ଟିଏମସି ପାଇଁ ଏହି ଉପ-ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ । ଅନ୍ୟପଟେ ଶାସନ କ୍ଷମତାରୁ ମମତାଙ୍କୁ ହଟାଇବାକୁ ବିଜେପି ପାଇଁ ଏହା ସୁବର୍ଣ୍ଣ ସୁଯୋଗ । ଯେଉଁଥିପାଇଁ ପୂରା ଋଣନୀତି ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛି ବିଜେପି । ପ୍ରିୟଙ୍କାକୁ ପ୍ରାର୍ଥୀ କରିବା ପୂର୍ବରୁ କେବଳ ଭବାନୀପୁର ଆସନ ପାଇଁ ସାଂସଦ ଅର୍ଜୁନ ସିଂହଙ୍କୁ ପ୍ରଭାରୀ ନିଯୁକ୍ତ କରାଯାଇଛି । ଅର୍ଜୁନଙ୍କ ସହ ସାଂସଦ ସୌମିତ୍ର ଖାନ୍ ଓ ଜ୍ୟୋର୍ତିମୟ ସିଂଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ । ଏପରିକି ବୁଥ୍ ସ୍ତରରେ ଭୋଟ ଜଗିବାକୁ ଦଳ ୮ ଜଣ ବିଧାୟକଙ୍କୁ ମଧ୍ୟ ଦାୟିତ୍ୱ ବାଣ୍ଟିଛି ।

ଭବାନୀପୁର ଆସନ ପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଥିବା ବେଳେ ବାମମୋର୍ଚ୍ଚାରୁ ଶ୍ରୀଜୀବ ବିଶ୍ୱାସ ପ୍ରାର୍ଥୀ ହୋଇଛନ୍ତି । ଭବାନୀପୁର ଆସନ ସହ ପଶ୍ଚିମବଙ୍ଗର ଆଉ ଦୁଇ ବିଧାନସଭା ଆସନ ଶମସେରଗଞ୍ଜ ଓ ଜାଙ୍ଗିପୁରରେ ମଧ୍ୟ ନିର୍ବାଚନ ହେବ ।

 

 

 

Show More

Related Articles

Back to top button