Breaking PLUSଦେଶମୁଖ୍ୟ ଖବର

ନକ୍ସଲ ବିରୋଧୀ ଲଢେଇ ଆହୁରି ତୀବ୍ର ହେବ- ଛତିଶଗଡ ମୁଖ୍ୟମନ୍ତ୍ରୀ

ବିଳମ୍ବିତ ରାତିରେ ଆହତ ଯବାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ରାୟପୁର- ଛତିଶଗଡ ସୁକୁମା ଜିଲ୍ଲାର ଜଗରଗୁଣ୍ଡା ଥାନାର ଟେକଲଗୁଡେମରେ ମଙ୍ଗଳବାର ନକ୍ସଲ ଓ ସୁରକ୍ଷାବଳର ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଆହତ ଯବାନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ମଙ୍ଗଳବାର ବିଳମ୍ବିତ ରାତିରେ ରାୟପୁର ନାରାୟଣା ଓ ବାଲାଜୀ ହସ୍ପିଟାଲରେ ପହଞ୍ଚି ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଆହତ ଯବାନଙ୍କୁ ସବୁପ୍ରକାର ଚିକିତ୍ସା ସେବା ଯୋଗାଇ ଦେବାକୁ ସେ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ବିଜୟ ଶର୍ମା, ବନ ମନ୍ତ୍ରୀ କେଦାର କଶ୍ୟପ, ଡିଜିପି ଅଶୋକ ଜୁନେଜା, ମୁଖ୍ୟମନ୍ତ୍ରୀଙ୍କ ସଚିବ ପ୍ରମୁଖ ଥିଲେ ।
ଏଠାରେ ସୂଚନାଯୋଗ୍ୟ, ସୁକୁମା ଜିଲ୍ଲାର ଜଗରଗୁଣ୍ଡା ଥାନାର ଟେକଲଗୁଡେମରେ ନକ୍ସଲ ଓ ସୁରକ୍ଷାବଳର ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ 3ଜଣ ଯବାନ ସହିଦ ହୋଇଛନ୍ତି । ସେହିପରି 14ଜଣ ଯବାନ ଆହତ ହୋଇଛନ୍ତି ।

Show More

Related Articles

Back to top button