Breaking PLUSଓଡ଼ିଶାମୁଖ୍ୟ ଖବର

ରକ୍ତମୁଖା ମାଓବାଦୀ, 3 ଯବାନ ସହିଦ

ମାଲକାନଗିରି : ମାଓବାଦୀମାନେ ପୁଣି ରକ୍ତମୁଖା ହୋଇଛନ୍ତି। ସୁରକ୍ଷା ବାହିନୀ ଶିବିର ଉପରେ ମାଓବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ଛତିଶଗଡ଼ ବିଜାପୁର-ସୁକମା ସୀମାରେ ୩ ଯବାନ୍‌ ସହିଦ ‌ହୋଇଥିବା ବେଳେ ଅନ୍ୟ ୧୪ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଛତିଶଗଡ଼ ଟେକୁଲଗୁଡେମଠାରେ ସୁରକ୍ଷା ବାହିନୀ ପକ୍ଷରୁ ଏକ ନୂଆ ଶିବିର ସ୍ଥାପନ କରାଯାଇଥିଲା। ପରେ ସିଆର୍‌ପିଏଫ୍‌ ଓ ଡିଆରଜି ବାହିନୀର ଯବାନମାନେ ଜୋନାଗୁଡା ଜଙ୍ଗଲରେ ତଲାସି ଅଭିଯାନ ପାଇଁ ବାହାରିଥିଲେ। ସେହି ସମୟରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଥିଲେ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ମାଓବାଦୀଙ୍କ ସଂଖ୍ୟା ଅଧିକ ଥିଲା ବୋଲି କୁହାଯାଉଛି। ସେଠାରେ ୩ ଯବାନ ସହିଦ ହୋଇଥିବାବେଳେ ୧୪ ଜଣ ଯବାନ ଆହତ ହୋଇଥିଲେ। ୧୪ ଆହତଙ୍କୁ ପ୍ରଥମେ ସିଲଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ବାୟୁସେନାର ହେଲିକେପ୍ଟର ଯୋଗେ ସମସ୍ତଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।

Show More

Related Articles

Back to top button