Breaking PLUSଦେଶ ବିଦେଶମୁଖ୍ୟ ଖବର

ମେକ୍ସିକୋରେ ଦୁଇ ଗାଡି ମଧ୍ୟରେ ଧକ୍କା ପରେ ଲାଗିଲା ନିଆଁ, 20 ମୃତ

ମେକ୍ସିକୋ- ମେକ୍ସିକୋରେ ସିନାଲୋଆ ରାଜ୍ୟର ରାଜପଥରେ 15ଡିରେ ମଙ୍ଗଳବାର ଭୋର ପ୍ରାୟ 4ଟା ବେଳେ ଡବଲ ଡେକର ବସ୍ ଓ ଟ୍ରାକ୍ଟର ଟ୍ରେଲର ମଧ୍ୟରେ ଧକ୍କା ଯୋଗୁ ଦୁଇଟି ଗାଡିରେ ନିଆଁ ଲାଗିଛି । ଏହି ଦୁର୍ଘଟଣାରେ ପ୍ରାୟ 20ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ 16ଜଣ ଆହତ ହୋଇଛନ୍ତି ।
ମେକ୍ସିକୋ ଗଣମାଧ୍ୟମ ଅନୁସାରେ, ଏହି ଦୁର୍ଘଟଣା ରାଜପଥ 15ଡିରେ ମାଜାତଲାନ ଓ କୁଲିୟାକୈନର ମଧ୍ୟ ଏଲୋଟା ନଗରପାଳିକା ଅଞ୍ଚଳର ବୋସ୍କୋସୋ ନିକଟରେ ହୋଇଛି । ଦୁଇଟି ବାହାନ ଧକ୍କା ପରେ ହୁତୁ ହୁତୁ ହୋଇ ଜଳି ଉଠିଥିଲା । ମୃତକଙ୍କ ମଧ୍ୟରେ ସର୍ବାଧିକ ଲୋକ ସମୁଦ୍ର ଉପକୂଳ ସହର ଲସମୋଚିସର ହୋଇଥିବା ଜଣାପଡିଛି । ବସରେ 37ଜଣ ଯାତ୍ରୀ ଥିଲେ । ମୃତକଙ୍କ ନାମ ଜାରି ନଥିବା ଜଣାପଡିଛି । ଦୁର୍ଘଟଣା ପରେ ନ୍ୟାସନାଲ ଗାର୍ଡ ଓ ଅନ୍ୟ ସୁରକ୍ଷା ଓ ନାଗରିକ ସୁରକ୍ଷା ଏଜେନ୍ସିକୁ ତୁରନ୍ତ ପଠାଯାଇଛି । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Show More

Related Articles

Back to top button