Breaking PLUSଓଡ଼ିଶାମୁଖ୍ୟ ଖବର

ବସ୍ ଧର୍ମଘଟ ପାଇଁ ସରକାର ଦାୟୀ-ବିଜେପି

ଭୁବନେଶ୍ୱର- ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ରାଜ୍ୟବ୍ୟାପୀ ଘରୋଇ ବସ୍ ଚଳାଚଳ ବନ୍ଦ ପ୍ରସଙ୍ଗ । ଘରୋଇ ବସ ଧର୍ମଘଟ ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେପି । ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇଥିଲେ ବସ ଧର୍ମଘଟ ହୋଇନଥାନ୍ତା । ରାଜ୍ୟରେ ଗୋଟେ ଅହଙ୍କାରୀ ଶାସନ ଚାଲିଛି । ବିଜେଡ଼ି ସରକାର କେବଳ ମିଥ୍ୟା କାଗଜ ପ୍ରଚାରରେ ବିଶ୍ୱାସ କରନ୍ତି । ଓଡ଼ିଶାବାସୀ କଣ ଚାହାନ୍ତି ଏବଂ ଓଡ଼ିଶାର ଗମନାଗମନ ସ୍ଥିତି କଣ ରାଜ୍ୟ ସରକାରନକୁ ଜଣାନାହିଁ । ପୂଜା ସମୟରେ ଲୋକ ବସ ବନ୍ଦ ପାଇଁ ହଇରାଣ ହେଉଛନ୍ତି । ପ୍ରତି ବସ ଷ୍ଟାଣ୍ଡରେ ଲକ୍ଷ ଲକ୍ଷ ଲୋକ ହନ୍ତସନ୍ତ ହେଉଛନ୍ତି । ଏ ସବୁ କଣ ସରକାରଙ୍କୁ ଦେଖାଯାଉନାହିଁ । ଘରୋଇ ବସ ମାଲିକ ମାନଙ୍କ ସହ ଆଲୋଚନା କରି ପ୍ରକୃତ ସ୍ଥିତି ପରଖିବା ସହ କଣ କଲେ ସମସ୍ୟାର ସମାଧାନ ହେବ ତାହା ଉପରେ ସରକାର ଗୁରୁତ୍ୱ ଦେବା କଥା । ସମସ୍ତଙ୍କୁ ନେଇକି ସରକାର ଚାଲନ୍ତୁ । ସରକାର ପୂଜା ସମୟରେ ଏଭଳି ନିଷ୍ପତି ନେଇ ଅଚିନ୍ତା ନିଦରେ ଶୋଇଛନ୍ତି ବୋଲି କହି ବର୍ଷିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲିକ ।

Show More

Related Articles

Back to top button