Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବସ୍ ଚଳାଚଳ ଠପ୍

ଭୁବନେଶ୍ୱର- ରାଜ୍ୟରେ ବସ୍ ଚଳାଚଳ ଠପ୍ । ଶୁକ୍ରବାର ସକାଳୁ ଘରୋଇ ବସ୍ ମାଲିକ ସଂଘ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟକୁ ଓହ୍ଲାଇଛି । ଫଳରେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ବନ୍ଦ ରହିଛି । ବିଭିନ୍ନ ବସଷ୍ଟାଣ୍ଟରେ ଅଟକି ରହିଛନ୍ତି ଶହଶହ ଯାତ୍ରୀ । ସରକାରୀ ବସକୁ ଚାହିଁ ବସିଛନ୍ତି ଯାତ୍ରୀ ।
ଭୁବନେଶ୍ୱର ବସଷ୍ଟାଣ୍ଟରେ ଯାତ୍ରୀଙ୍କ ଦୁର୍ଦ୍ଦଶା ବଢିଛି । ବରମୁଣ୍ଡା ବସଷ୍ଟାଣ୍ଡରେ ଭୋକ ଉପାସରେ ବସକୁ ଚାହୌଁ ବସିଛନ୍ତି ଯାତ୍ରୀ । କିଏ ରାତିରୁ ବସକୁ ଅପକ୍ଷୋ କରିଛି ତ ଆଉ କିଏ ପ୍ରାଇଭେଟ୍ ଗାଡି ବୁକ୍ କରି ଖର୍ଚ୍ଚାନ୍ତ ହେଉଛି । ପୂଜା ପାଇଁ ଶହଶହ ଲୋକ ବାହାରୁ ଫେରୁଛନ୍ତି କିମନ୍ତୁ ବସ୍ ନମିଳିବାରୁ ସୋମନେ ସମସ୍ୟାରେ ପଡିଛନ୍ତି । କଟକ, ପୁରୀ, ଯାଜପୁର, ଭଦ୍ରକ, ଜୟପୁରରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ଯାଜପୁରରେ କେବଳ ଅନଲାଇନ୍ ବୁକିଂ ବାଲାଙ୍କୁ ନେଉଛି ସରକାରୀ ବସ୍ । ଫଳରେ ଅନ୍ୟଯାତ୍ରୀମାନେ ସମସ୍ୟାରେ ପଡିଛନ୍ତି । ବସ୍ ଧର୍ମଘଟ ଯୋଗୁ ମାଲକାନଗିରିରେ ପ୍ରବଳ ଭିଡ ।

Show More

Related Articles

Back to top button