Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତିସ୍ୱତନ୍ତ୍ର

ହାଇସ୍ପିଡ୍ ରାପିଡ୍ ଟ୍ରେନ “ନମୋ ଭାରତ”ର ଲୋକାର୍ପଣ କଲେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶ ଉଦ୍ଦେଶ୍ୟରେ ଉର୍ତ୍ସଗ କରିଛନ୍ତି ପ୍ରଥମ ହାଇସ୍ପିଡ୍ ରାପିଡ୍ ଟ୍ରେନ “ନମୋ ଭାରତ” । ସାହିବାବାଦରେ ଦିଲ୍ଲୀ-ମେରଠ ରାସ୍ତାରେ ସାହିବାବାଦରୁ ଦୁହାଇ ଯାଉଥିବା ଏହି ଟ୍ରେନକୁ ପୂର୍ବାହ୍ନ ୧୧ଟାରେ ଲୋକାର୍ପଣ କରିଛନ୍ତି ପିଏମ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ପ୍ରାୟ ୧୨ ମିନିଟରେ ଏହି ଟ୍ରେନ ୧୭ କିଲୋମିଟର ଅତିକ୍ରମ କରିବ । ଏହି ଟ୍ରେନ ଯୋଗୁ ଦିଲ୍ଲୀରୁ ମେରଠ ମଧ୍ୟରେ ଯାତୀଙ୍କ ଯାତ୍ରା ସୁଗମ ହେବ । ବନ୍ଦେ ଭାରତ ପରି ଏହି ଟ୍ରେନର ନାମ ନମୋ ଭାରତ ରଖାଯାଇଛି । ଦିଲ୍ଲୀ-ମେରଠ ରାସ୍ତାରେ ଏହି ଯୋଜନାର ପାଂଚଟି ପର୍ଯ୍ୟାୟ ରହିଛି । ଉଦଘାଟନ ପୂର୍ବରୁ ଏହାର ଟ୍ରାଏଲ ରନ୍ ସରିଥିଲା । ୨୦୧୯ ଜୁନ୍ ମାସରେ ଏହି ଯୋଜନାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୨୦୨୫ ଜୁନ ସୁଦ୍ଧା ଅନ୍ୟ ପର୍ଯ୍ୟାୟ ଗୁଡିକର କାମ ସରିବ ।

Show More

Related Articles

Back to top button