ଦେଶ ବିଦେଶବାଣିଜ୍ୟ

ଗୁଗଲ ଏବଂ ଫେସବୁକ ପରେ ରୁଷକୁ ବଡ ଝଟକା ଦେଲା Apple

ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଦୁନିଆରେ ରୁଷ ବିରୋଧରେ ଆର୍ଥିକ ଘେରାବନ୍ଦୀ ଆରମ୍ଭ ହୋଇ ଯାଇଛି। ଗୋଟିଏ ପରେ ଗୋଟିଏ ଅନେକ ଦେଶ ରୁଷ ସହିତ ଆର୍ଥିକ ଏବଂ ବ୍ୟବସାୟିକ ସଂପର୍କ ଛିନ୍ନ କରିବା ସହ କଟକଣା ମଧ୍ୟ ଲଗାଉଛନ୍ତି।

ବୋଇଙ୍ଗ ରୁଷ ଏୟାରଲାଇନ୍ସ ପାଇଁ ରକ୍ଷଣାବେକ୍ଷଣ ଏବଂ ପ୍ରଯୁକ୍ତିବିଦ୍ୟା ସହାୟତା ନିଲମ୍ବିତ କରି ଦେଇଛି। ଆମେରିକା ଉର୍ଜା ଫର୍ମ ଏକ୍ସନ ମଧ୍ୟ ରୁଷ ଛାଡିବାକୁ ଘୋଷଣା କରିଛି। ଏହା ସବୁ ରୁଷ ଉପରେ କୌଣସି ବଡ ଝଟକାଠୁ କମ ନୁହେଁ। ଫେସବୁକ ଏବଂ ଗୁଗଲ ମଧ୍ୟ ରୁଷ ଉପରେ ପଦକ୍ଷେପ ନେଇଛନ୍ତି। ଏହି ତାଲିକାରେ ବର୍ତ୍ତମାନ ଯୋଡି ହୋଇ ଯାଇଛି ଆପଲ୍‌ର ନାମ। ୟୁଏସ ଟେକ୍ ଆପଲ୍ ରୁଷରେ ଆଇଫୋନ୍ ଏବଂ ଅନ୍ୟ ଉତ୍ପାଦ ବିକ୍ରି ବନ୍ଦ କରି ଦେଇଛି। ଫୋର୍ଡ ମୋଟର ମଧ୍ୟ ରୁଷରେ ନିଜର ଉତ୍ପାଦନ ବନ୍ଦ କରି ଦେଇଛି। ଏୟାରବେସ୍ ରୁଷକୁ ସ୍ପେୟାର ପାର୍ଟ୍ସ ପଠାଇବା ଏବଂ ରୁଷ ଏୟାରଲାଇନକୁ ସମର୍ଥନ ଦେବା ବନ୍ଦ କରି ଦେଇଛି। ଗତ ସପ୍ତାହରେ ୟୁକ୍ରେନ ଉପରେ ଆକ୍ରମଣ ପରଠୁ ପାଶ୍ଚାତ୍ୟ ଦେଶଗୁଡିକ ରୁଷ ଉପରେ ଅନେକ କଟକଣା ଲଗାଇ ସାରିଲେଣି। ଆମେରିକା ରୁଷର କେନ୍ଦ୍ରୀୟ ବ୍ୟାଙ୍କ ସହିତ ସମସ୍ତ ସଂପର୍କ ଛିନ୍ନ କରି ସାରିଛି।

ଏହି ସବୁ ପଦକ୍ଷେପରେ ରୁଷର ମୁଦ୍ରା ରୁବଲ୍ ପ୍ରଭାବିତ ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ରୁଷି ଫର୍ମ ମଧ୍ୟ ନିଜର ବ୍ୟବସାୟ ଉପରେ ଅନ୍ୟ ବିକଳ୍ପ ଉପରେ ବିଚାର କରିବା ଆରମ୍ଭ କରି ଦେଇଛନ୍ତି। ରୁଷର ସବୁଠୁ ବଡ ଋଣଦାତା ସେବରବ୍ୟାଙ୍କ ୟୁରୋପୀୟ ବଜାର ଛାଡିବାକୁ ଘୋଷଣା କରିଛି। କାରଣ ଏହାର ସହାୟକ କମ୍ପାନୀକୁ ବଡ ନଗଦ ଦେବାରେ ସମସ୍ୟା ହୋଇଛି। ଏପରିକି ଯୁଦ୍ଧ କାରଣରୁ କର୍ମଚାରୀ ଏବଂ ସେମାନଙ୍କ ସଂପତ୍ତି ବିପଦରେ ପଡି ଯାଇଛି। ଗୁଗଲ ରୁଷ ଟେଲିଭିଜନ ଆରଟି ଏବଂ ଅନ୍ୟ ରୁଷି ଚ୍ୟାନେଲର ଓ୍ଵେବସାଇଟ୍, ଆପ୍ସ ଏବଂ ୟୁଟ୍ୟୁବ୍‌ ଭିଡିଓ ଉପରେ ବିଜ୍ଞାପନ ଜରିଆରେ ଅର୍ଥ ରୋଜଗାର ଉପରେ ରୋକ୍ ଲଗାଇଛି। ଫେସବୁକ ମଧ୍ୟ ଏହି ପରି ପଦକ୍ଷେପ ନେଇ ସାରିଛି। ମାଇକ୍ରୋସୋଫ୍ଟ କହିଛି, ସେ ନିଜର ଓ୍ଵିଣ୍ଡୋଜ ଆପ୍ ଷ୍ଟୋରରୁ ଆରଟି ମୋବାଇଲ ଆପ୍‌କୁ ହଟାଇ ଦେଇଛି।

Show More

Related Articles

Back to top button