ଖେଳ

ମାତ୍ର ୩୮ ରନ୍ କଲେ ଏହି ବଡ ରେକର୍ଡ କରିବେ କୋହଲି

ସଚିନ-ଗାଭାସ୍କରଙ୍କ ସହ ହେବେ ସମାନ

ମୋହାଲିରେ ଶ୍ରୀଲଙ୍କା ବିପକ୍ଷରେ ଶହେତମ ଟେଷ୍ଟ୍ ଖେଳିବେ ବିରାଟ କୋହଲି । ଦ୍ୱାଦଶ ଖେଳାଳି ଭାବେ ସେ ଏହି କୀର୍ତ୍ତିମାନ ହାସଲ କରିବେ । ତେବେ ଏହି ମୁକାବିଲାରେ ବିରାଟଙ୍କ ପାଖରେ ୮୦୦୦ ରନ୍ କରିବାର ସୁଯୋଗ ରହିବ । ସେ ଏବେ ୮୦୦୦ ରନ୍‌ଠୁ ୩୮ ରନ୍ ଦୂରରେ ଅଛନ୍ତି । ତାଙ୍କ ପୂର୍ବରୁ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ, ସୁନୀଲ ଗାଭାସ୍କର, ବିରେନ୍ଦ୍ର ସେହ୍ୱାଗ ଓ ଭିଭିଏସ ଲକ୍ଷ୍ଣଣ ଏହି ସଫଳତା ହାସଲ କରିଛନ୍ତି । ଯଦି ବିରାଟ ମୋହାଲି ଟେଷ୍ଟରେ ୩୮ ରନ୍ କରନ୍ତି ତେବେ ସବୁଠାରୁ ଦ୍ରୁତ ୮୦୦୦ ରନ୍ କରିଥିବା ପଞ୍ଚମ ଭାରତୀୟ ବ୍ୟାଟର ହୋଇପାରିବେ । ୧୬୮ପାଳରେ ସେ ଏହି ସଫଳତା ପାଇପାରିବେ ।

 

Virat Kohli

ତେବେ ସଚିନ କେବଳ ୧୫୪ଟି ପାଳିରେ ୮୦୦୦ ରନ୍ ପୂରଣ କରିଥିଲେ । ତାଙ୍କ ପରେ ରାହୁଲ ଦ୍ରାବିଡ ୧୫୮, ବିରେନ୍ଦ୍ର ସେହ୍ୱାଗ ୧୬୦, ସୁନୀଲ ଗାଭାସ୍କର ୧୬୬ ପାଳିରେ ଏହି କାରନାମା କରିଥିଲେ । କିନ୍ତୁ ବିରାଟ ଗତ ଦୁଇବର୍ଷ ହେଲା ଶତକ ଲଗାଇ ନାହାଁନ୍ତି । ଶେଷଥର ପାଇଁ ୨୦୧୯ରେ ସେ ବାଲାଂଦେଶ ବିପକ୍ଷରେ ସେଞ୍ଚୁରୀ ମାରିଥିଲେ । ଶ୍ରୀଲଙ୍କା ବିପକ୍ଷରେ ବିରାଟଙ୍କ ରେକର୍ଡ ଦମଦାର ରହିଛି । ଶ୍ରୀଲଙ୍କା ଯେତେବେଳେ ଶେଷ ଥର ପାଇଁ ଭାରତ ଗସ୍ତ କରିଥିଲା ସେତେବେଳେ ବିରାଟ ୩ ମ୍ୟାଚରୁ ୬୧୦ ରନ୍ କରିଥିଲେ । ଏହି ସିରିଜରେ ସେ ନାଗପୁରରେ ୨୧୩ ଓ ଦିଲ୍ଲୀରେ ୨୪୩ ରନ୍ କରିଥିଲେ । ସେ ଶ୍ରୀଲଙ୍କା ବିପକ୍ଷରେ ଲଗାତର ତିନୋଟି ଶତକ ମଧ୍ୟ ଲଗାଇଥିଲେ ।

Show More

Related Articles

Back to top button