ମନୋରଞ୍ଜନମୁଖ୍ୟ ଖବରସେଲିବ୍ରିଟିସ୍ୱତନ୍ତ୍ର

ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦରେ ଆସିଛି ଏକ ନୂଆ ମୋଡ

ଭୁବନେଶ୍ୱର: ଓଲିଉଡର ଷ୍ଟାର କପଲ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦରେ ଆସିଛି ଏକ ନୂଆ ମୋଡ । ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଆଉ କିଛି ଦିନ ସମୟ ନେଇଛନ୍ତି । ଉଭୟଙ୍କ ପାରିବାରିକ ବିବାଦକୁ ନେଇ ଶୁଣାଣି ଆଉ କିଛି ଦିନ ଘୁଞ୍ଚାଇବା ନେଇ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ହାଇକୋର୍ଟ । ବର୍ଷାଙ୍କ ପିଟିସନ ଅନୁସାରେ ଶୁଣାଣି ତାରିଖରେ ହୋଇଛି ପରିବର୍ତ୍ତନ । ସୂଚନା ଅନୁସାରେ, ଅନୁଭବ ଏବଂ ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଅନୁଯାୟୀ, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଫ୍ୟାମିଲ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଫ୍ୟାମିଲି କୋର୍ଟରେ ଅନୁଭବଙ୍କୁ ସାନି ସାକ୍ଷ୍ୟ ପାଇଁ ବର୍ଷାଙ୍କ ପିଟିସନ ଖାରଜ କରାଯାଇଥିଲା । ଏହାପରେ ହାଇକୋର୍ଟ ଏହି ଶୁଣାଣି ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

Show More

Related Articles

Back to top button