ଓଡ଼ିଶାଜୀବନଚର୍ଯ୍ୟାଦେଶସ୍ୱାସ୍ଥ୍ୟ

ମଧୁମେହ ରୋଗୀ ଖାଆନ୍ତୁ ନାହିଁ ଏହିସବୁ ଖାଦ୍ୟ

ବର୍ତ୍ତମାନ ଡାଇବେଟିସ ବା ମଧୁମେହ ଏକ ବଡ ସମସ୍ୟା ପାଲଟିଯାଇଛି । ଏବେ ୧୨ ବର୍ଷରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ପୀଡିତ ହେଉଛନ୍ତି । ଏହାର ଉପଚାର ଏକ ଚିନ୍ତାର ବିଷୟ ଅଟେ। ବର୍ତ୍ତମାନ ସୁଦ୍ଧା ଡାଇବେଟିସ ରୋଗର କୌଣସି ସଠିକ୍ ଚିକିତ୍ସାର ସୂତ୍ର ବାହାରି ନାହିଁ । ଏଥିପାଇଁ ବିଭିନ୍ନ ଆଧୁନିକ ଔଷଧ ବାହାରିଥିଲେ ମଧ୍ୟ ଏହା ସଠିକ କାମନକରି ଶରୀର ଉପରେ କୁପ୍ରଭାବ ପକାଉଛି  ଓ କେତେକ ଲୋକଙ୍କର ଡାଇବେଟିସରେ ମୃତ୍ୟୁ ମଧ୍ୟ ହେଉଛି।ତେଣୁ ଡାଇବେଟିସ ରୋଗୀମାନେ ନିଜର ଖାଇବା ପିଇବା ଉପରେ ଧ୍ୟାନ ଦେବା ଉଚିତ୍ । ବିଶେଷକରି ଅଧିକ ସୁଗର ଥିବା ଫଳ ଓ ସବଜିକୁ ଆଭଏଡ୍ କରିବା ଦରକାର ।

ତେବେ ଆସନ୍ତୁ ଦେଖିବା କଣ ଖାଇବା ଉଚିତ୍ ଏବଂ ଅନୁଚିତ୍

ଡାଇବେଟିସ୍ ଟାଇପ ୧ ଓ ଟାଇପ୍ ୨ ଏପରି ଦୁଇ ପ୍ରକାରର ହୋଇଥାଏ । ଉଚ୍ଚ ଗ୍ଲାଇସେମିକ୍ ଇଣ୍ଡେକ୍ସ (ଜିଆଇ) ଫଳ ମଧ୍ୟରେ କଦଳୀ, ସନ୍ତରେ, ଆମ୍ବ, ଅଙ୍ଗୁର, କିଶମିଶ, ଖଜୁର, ନାଶପାତୀ ସାମିଲ ରହିଛି । ଅନ୍ୟପକ୍ଷରେ କମ୍ ଜିଆଇ ଯୁକ୍ତ ଫଳ ମଧ୍ୟରେ ଜାମୁନ, ଆଲୁବୁଖାରା, କିବି ଓ ଅଙ୍ଗୁର ସାମିଲ ରହିଛି । ଡାଇବେଟିସ୍ ରୋଗୀମାନେ ଜରୁରୀ ପୋଷକ ତତ୍ତ୍ୱ ପାଇଁ କମ୍ ଜିଆଇ ଯୁକ୍ତ ଫଳ ସେବନ କରିବା ଉଚିତ୍ ।

ଏଥିସହିତ ଅନାଜ, ଫଳ, ସବଜି, ବିନ୍ସ ଓ ଡାଲ ପରି କମ୍ ଜିଆଇ ଯୁକ୍ତ ଖାଦ୍ୟ ସେବନ କରିବା ଆବଶ୍ୟକ । ଉଚ୍ଚ ଜିଆଇ ଯୁକ୍ତ ଖାଦ୍ୟ ସର୍ବଦା ଶରୀର ପାଇଁ ଖରାପ ହୋଇନଥାଏ । ତରଭୂଜ, ଚୁକନ୍ଦର ଉଚ୍ଚ ଜିଆଇ ଯୁକ୍ତ ଫଳ ଓ ସବଜି ଅଟେ । ମାତ୍ର ଏହା ଡାଇବେଟିସ ପାଇଁ ବହୁତ କ୍ଷତିକାରକ ହୋଇ ନଥାଏ । ଚକୋଲେଟ କେକରେ ଜିଆଇ କମ୍ ରହିଥାଏ, ତେଣୁ ଏହାକୁ ସେବନ କରିବା ହାନିକାରକ ହୋଇଥାଏ । ମିଠା, କୋଲ ଡ୍ରିଙ୍କ, ସଫେଦ ବ୍ରେଡ, ଆଲୁ, ସଫେଦ ଚାଉଳ ପରି ହାଇ ଜିଆଇ ଯୁକ୍ତ ଜିନିଷ ଡାଇବେଟିସ୍ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇଥାଏ ।

Show More

Related Articles

Back to top button