Breaking PLUSଦେଶ ବିଦେଶମୁଖ୍ୟ ଖବର

ଦୀର୍ଘ ୩ ବର୍ଷ ପରେ ଦିଲ୍ଲୀ ଆସୁଛନ୍ତି ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା

ଲଦାଖରୁ ପୁଣି ଚୀନ୍‌କୁ ଦେଲେ ଏହି ସନ୍ଦେଶ

ଦୀର୍ଘ ୩ ବର୍ଷ ପରେ ପୁଣି ଭାରତ ଆସୁଛନ୍ତି ତିବ୍ବତୀୟ ଧର୍ମ ଗୁରୁ ଦଲାଇଲାମା। ଲଦାଖରେ ଗୋଟିଏ ମାସ ରହଣି ପରେ ଶୁକ୍ରବାର ଦଲାଇଲାମା ଦିଲ୍ଲୀ ଆସୁଛନ୍ତି। ଲଦାଖ ବୌଦ୍ଧ ସଂଘ ଏହି ସୂଚନା ଦେଇଛି। ସେ ଦିଲ୍ଲୀରେ କୌଣସି ରାଜନୈତିକ ବ୍ୟକ୍ତିଙ୍କୁ ଭେଟି ବୈଠକ କରିବେକି ନାହିଁ ତାହା ସ୍ଥିର ହୋଇନାହଁ। ବୌଦ୍ଧ ସଂଘ କହିଛିଯେ ‘’ପରମ ପାବନ ୧୪ ତମ ଦଲାଇଲାମା ୨୦୨୨ ଅଗଷ୍ଟ ୨୬ରେ ଲଦାଖରେ ତାଙ୍କର ଗୋଟିଏ ମାସ ପ୍ରବାସ ପରେ ଲେହରୁ ଦିଲ୍ଲୀକୁ ପ୍ରସ୍ଥାନ କରିବେ। ଦଲାଇଲାମା ସକାଳ ୭:୩୦ରେ ଫୋତାଙ୍ଗ ଗେଫେଲିଙ୍ଗ ଯେବେତ୍ସଲରୁ କେବିଆର୍‌ ଏୟାର୍‌ ପୋର୍ଟ ଲେହକୁ ବାହାରିବେ। ଏହା ମଧ୍ୟରେ ପୁଣି ଦଲାଇଲାମା ଲଦାଖରୁ ଚୀନ୍‌କୁ ସନ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ‘’ବହୁତ ଶୀଘ୍ର ସେହି ସମୟମ ଆସିବ ଯେତେବେଳେ ଲଦାଖିମାନେ ପୁଣି ଲ୍ହାସା(ଲଦାଖର ରାଜଧାନୀ) କୁ ଯାଇପାରିବେ। ସେ ଆହୁରି କହିଛନ୍ତି ତିବ୍ବତୀୟମାନେ ସମ୍ପୂର୍ଣ୍ଣ ସ୍ୱତନ୍ତ୍ରତା ସହିତ ବାସ୍ତବିକ ସ୍ୱାୟତ୍ତତା ମଧ୍ୟ ମାଗୁଛନ୍ତି, ଦଲାଇଲାମା ଦିସ୍ତିକସ୍ଥଳ ଥୁପସ୍ଟାନାଲିଙ୍ଗ ଗୋପନାରେ ଏକ ନୂଆ ଶିକ୍ଷଣ କେନ୍ଦ୍ର ଉଦଘାଟନ କରିଛନ୍ତି। ଏହି ଉଦଘାଟନି ଉତ୍ସବରେ ସେ କହିଛନ୍ତି ‘’ସମୟ ବଦଳୁଛି, ସେହି ସମୟ ଆସିବ ଯେତେବେଳେ ଲଦାଖିମାନେ ପୁଣି ଲ୍ହାସା ଯାଇପାରିବେ। ରାଜନୈତିକ ଦାୟିତ୍ୱରୁ ସେବା ନିବୃତ୍ତ ହେବା ପୂର୍ବରୁ ଆମେ ମଝି ରାସ୍ତା ଆପଣାଇଛୁ। ଯେଉଁ ଅନୁସାରେ ଆମେ ତିବ୍ବତୀୟ ପ୍ରସଙ୍ଗରେ ପାରସ୍ପାରିକ ଭାବେ ସ୍ୱୀକାର କରି ସମାଧାନ ଦାବି କରୁଛୁ’’।

Show More

Related Articles

Back to top button