Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ ସୀମାରେ ଆତଙ୍କବାଦୀଙ୍କୁ ଏକାଠି କଲାଣି ପାକିସ୍ତାନ

ଭାରତରେ ପଶିସାରିଲେଣି ଏକାଧିକ ମାଷ୍ଟର ମାଇଣ୍ଡ, ଚାଲିଛି ଆକ୍ରମଣ ଯୋଜନା

ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଲାଗି ପଡ଼ିଛି ପାକିସ୍ତାନ। ଯେବେଠାରୁ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ଆସିଲାଣି ସେବେଠାରୁ ଆତଙ୍କବାଦୀ ଓ ଆତଙ୍କବାଦୀ ପୋଷଣାକାରୀ ରାଷ୍ଟ୍ରମାନେ ଭାରତ ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରୁଛନ୍ତି। ଏବେ ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ପାକିସ୍ତାନ ଭାରତରେ ଆତଙ୍କବାଦୀଙ୍କୁ ପ୍ରବେଶ କରାଇବା ପାଇଁ ଏଲ୍‌ଓସି ନିକଟରେ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହନ ଦେଉଛି। ଦେଶର ସମସ୍ତ ଆତଙ୍କବାଦୀ କ୍ୟାମ୍ପ ଓ ଲଞ୍ଚପ୍ୟାଡ୍‌କୁ ପାକିସ୍ତାନ ଏଲ୍‌ଓସିକୁ ସ୍ଥାନାନ୍ତର କରିଦେଇଥିବା ସୂଚନା ମିଳିଛି। ଏ ନେଇ ଜାତୀୟ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି। ପ୍ରତ୍ୟେକ ଲଞ୍ଚପେଡ୍ ଓ ଆତଙ୍କୀ କ୍ୟାମ୍ପ ଭାରତୀୟ ସୀମା ଠାରୁ ମାତ୍ର ଅଳ୍ପ କିମି ଦୂରରେ ରଖାଯାଇଛି। ଭାରତରେ ଅନୁପ୍ରବେଶ ବଢ଼ାଇବା ପାଇଁ ପାକିସ୍ତାନ ଏପରି କରିଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଖବର ମିଳିଛି। ଲସ୍କର ଇ ତାଇବା(LeT), ଜୈଶ ଇ ମହମ୍ମଦ(JeM) ଏବ ହିଜବୁଲ ମୁଜାହିଦୀନ(HM) ଆଦି ଆତଙ୍କବାଦୀ କ୍ୟାମ୍ପ ଏବେ ଭାରତ ସୀମା ନିକଟରେ ଅଛନ୍ତି। ମ୍ୟାପ୍ ଦେଖିବା ପରେ ଜଣାପଡ଼ିଛି ଯେ ଆତଙ୍କବାଦୀଙ୍କ ଭାରତ ପ୍ରବେଶ ନେଇ ଅନେକ ରାସ୍ତା ରହିଛି। ଏହି ସ୍ଥାନଗୁଡ଼ିକରେ ଆତଙ୍କବାଦୀମାନେ ଫାଇରିଂରୁ ରକ୍ଷା ପାଇବା ସହିତ ଭାରତ ସେନାକୁ ବ୍ୟସ୍ତ ରଖିପାରିବେ ବୋଲି ଗୁଇନ୍ଦା ସଂସ୍ଥା କହିଛି। ଗୁଇନ୍ଦା ସଂସ୍ଥାର ସୂଚନା ଅନୁସାରେ ସମସ୍ତ ଲଞ୍ଚପେଡ୍‌ରେ ପାକିସ୍ତାନ ISI ଦ୍ୱାରା ପ୍ରଶିକ୍ଷିତ ଆତଙ୍କବାଦୀମାନେ ରହିଛନ୍ତି। ଏହି ଆତଙ୍କବାଦୀମାନେ ଯଦି ଭାରତରେ ପ୍ରବେଶ କରନ୍ତି ତେବେ ପାକିସ୍ତାନ ପାଇଁ ବୋନସ ହେବ। କାରଣ ପାକିସ୍ତାନ ପୂର୍ବରୁ ଡ୍ରୋନ୍ ଯୋଗେ ୩୦୦ ଛୋଟ ଛୋଟ ଯୁଦ୍ଧାସ୍ତ୍ର ଭାରତରେ ଥିବା ଆତଙ୍କବାଦୀଙ୍କୁ ଯୋଗାଇ ସାରିଛି। ହାଇବ୍ରିଡି ହତ୍ୟା ପାଇଁ ଏଗୁଡ଼ିକ ଶ୍ରୀନଗର ଆଖପାଖ ଅଞ୍ଚଳରେ ରହିଛି।

ଗୁଇନ୍ଦା ସଂସ୍ଥାର ଆକଳନ ଅନୁସାରେ, ଲସ୍କର ଇ ତାଇବାର ପାଖାପାଖି ୫୦ ଆତଙ୍କବାଦୀ ଭାରତର ପ୍ରବେଶ କରି ଶ୍ରୀନଗର ମୁଖ୍ୟ ସହରରେ ଲୁଚି ରହିଛନ୍ତି। ସେମାନଙ୍କୁ ସୁରକ୍ଷିତ ରଖାଯାଇଛି। ଯେତେବେଳେ ମଉକା ମିଳିବ ଏହି ଆତଙ୍କବାଦୀମାନେ ଭାରତରେ ଆକ୍ରମଣ କରିବା ଆରମ୍ଭ କରିଦେବେ ବୋଲି ଗୁଇନ୍ଦା ସଂସ୍ଥାର ସୂଚନା ଦେଇଛି। ବହୁ ସଂଖ୍ୟାରେ ପ୍ରଶିକ୍ଷିତ ଆତଙ୍କବାଦୀ ପେଶାୱାର, ବାହାଲପୁର ମୁଜାଫରାବାଦରେ ଅପେକ୍ଷାରେ ଅଛନ୍ତି। ଏହି ଆତଙ୍କବାଦୀମାନେ ଆଫିଗାନିସ୍ତାନର ନଙ୍ଗହର ଓ ଅନ୍ୟାନ୍ୟ ସ୍ଥାନରୁ ଆସିଛନ୍ତି। ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ତାଲିବାନ ଫାଇଟରମାନେ ଏମାନଙ୍କୁ ତଡ଼ି ଦେଇଥିବା କୁହାଯାଉଛି। ଆଉ ଏହିମାନଙ୍କୁ ଅସ୍ତ୍ର କରି ପାକିସ୍ତାନ ଭାରତ ବିରୋଧରେ ଆକ୍ରମଣର ଷଡ଼ଯନ୍ତ୍ର ରଚୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି। ପିଓକେର ମନଶେରା, ମୁଜାଫରବାଦ ଏବଂ କୋତଲିରେ ମୁଖ୍ୟତଃ ତିନୋଟି ଆତଙ୍କବାଦୀ ଗ୍ରୁପ୍ ଲସ୍କର ଇ ତାଇବା(LeT), ଜୈଶ ଇ ମହମ୍ମଦ(JeM) ଏବ ହିଜବୁଲ ମୁଜାହିଦୀନ(HM) ପରିଚାଳିତ ହେଉଛି। ମନସେରା କ୍ଲଷ୍ଟରରେ ବୋଇ, ବାଲାୋକଟ ଏବଂ ଗର୍ହି ହବିବୁଲ୍ଲାରେ କ୍ୟାମ୍ପ ରହିଛି। ସେହିପରି ମୁଜାଫରବାଦର ଚେଲାବନ୍ଦି, ଶାୱାଇନାଲା, ଅବଦୁଲ୍ଲା ବିନ ମସୁଦ ଏବଂ ଦୁଲାଇରେ କ୍ଲଷ୍ଟର ରହିଛି। ପାକିସ୍ତାନର ତିନି ପିଓକେ ବ୍ରିଗେଟ୍ ସେନ୍ସା, କୋତଲି, ଗୁଲପୁର ଫଗୋଶ ଏବଂ ଦୁବ୍ଗି କ୍ୟାମ୍ପରେ ଆତଙ୍କବାଦୀଙ୍କ ସହ ଯୋଗାଯୋଗ ଚଳାଇଛନ୍ତି।

Show More

Related Articles

Back to top button