Breaking PLUSଦେଶ ବିଦେଶମୁଖ୍ୟ ଖବର

ସମୀର ଭି କାମାତ DRDOର ଅଧ୍ୟକ୍ଷ ନିଯୁକ୍ତ

ସତୀଶ ରେଡ୍ଡୀଙ୍କୁ ମିଳିଲା ଏହି ନୂଆ ଦାୟିତ୍ୱ

ଦେଶର ଜଣା ଶୁଣା ବୈଜ୍ଞାନିକ ସମୀର ଭି କାମାତ ଡିଆରଡିଓରୁ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ଅଧ୍ୟକ୍ଷ ଥିବା ଜୀ.ସତୀଶ ରେଡ୍ଡୀଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ବୈଜ୍ଞାନିକ ପରାମର୍ଶଦାତା ନିଯୁକ୍ତ କରାଯାଇଛି । କାମାତ ବର୍ତ୍ତମାନ ଡିଆରଡିଓର ନଭେଲ ସିଷ୍ଟମ ଆଣ୍ଡ ମେଟରିୟଲ୍ସରର ମହାନିର୍ଦ୍ଦେଶକ ଅଛନ୍ତି । ଜି.ସତୀଶ ରେଡ୍ଡୀଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି । ଅନ୍ୟପଟେ ରେଡ୍ଡୀଙ୍କୁ ରକ୍ଷା ମନ୍ତ୍ରୀଙ୍କ ବୈଜ୍ଞାନିକ ପରମର୍ଶଦାତା ନିଯୁକ୍ତି ଦିଆଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟର ଅନୁସନ୍ଧାନ ଏବଂ ବିକାଶ ଶାଖା ହେଉଛି ଡିଆରଡିଓ । ସତୀଶ ରେଡ୍ଡୀ ୨୦୧୮ଙ୍କୁ ଦୁଇ ବର୍ଷ ପାଇଁ ଡିଆରଡିଓର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ପରେ ୨୦୨୦, ଅଗଷ୍ଟରେ ଆଉ ଦୁଇ ବର୍ଷ ପାଇଁ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା। ଏହାରି ଭିତରେ କେନ୍ଦ୍ର ସରକାର ଘରୋଇ କ୍ଷେତ୍ରର ବିଶେଷଜ୍ଞଙ୍କ କାର୍ଯ୍ୟକାଳକୁ ମଧ୍ୟ ଦୁଇ ବର୍ଷ ପାଇଁ ବଢାଇଛନ୍ତି । ଏହି ସମସ୍ତଙ୍କୁ ୨୦୧୯ରେ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦିଆଯାଇଥିଲା । ସେହିପରି ଦେଶର ପୂର୍ବତନ ମୁଖ୍ୟ ଆର୍ଥିକ ପରାମର୍ଶଦାତା କୃଷ୍ଣାମୂର୍ତ୍ତି ସୁବ୍ରମଣ୍ୟମଙ୍କୁ ଅନ୍ତରାଷ୍ଟ୍ରୀୟ ମୁଦ୍ରା ପାଣ୍ଠିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ(ଭାରତ) ନିଯୁକ୍ତ କରାଯାଇଛି।

Show More

Related Articles

Back to top button