Breaking PLUSଦେଶ ବିଦେଶମୁଖ୍ୟ ଖବର

ମାର୍ଚ୍ଚ ସୁଦ୍ଧା ଦେଶରେ ୧୦,୦୦୦ ନୂଆ ଡାକ ଘର ଖୋଲିବେ ସରକାର

୫ କିଲୋମିଟର ଭିତରେ ମିଳିବ ସବୁ ସୁବିଧା

ଭାରତୀୟ ଡାକ ବିଭାଗ ନିଜର ପହଞ୍ଚକୁ ବଢାଇବା ପାଇଁ ଚଳିତ ବର୍ଷ ଅଧିକ ୧୦,୦୦୦ ଡାକ ଘର ଖୋଲିବ । ଡାକ ବିଭାଗ ସଚିବ ଅମନ ଶର୍ମା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ନିଜର ପହଞ୍ଚକୁ ବଢାଇବା ପାଇଁ ଅଧିକ ଡାକ ଘର ଖୋଲିବାକୁ ସରକାର ଆମକୁ କହିଛନ୍ତି । ଅତିରିକ୍ତ ୧୦,୦୦୦ ଡାକ ଘର ଖୋଲିବାକୁ ଆମକୁ ଅନୁମତି ମିଳିଛି’। ସଚିବ ଅମନ ଶର୍ମାଙ୍କ ଅନୁସାରେ, ଲୋକଙ୍କୁ ସେମାନଙ୍କ ଘରର ୫ କିଲୋମିଟର ଭିତରେ ବ୍ୟାଙ୍କିଙ୍ଗ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

ଏହି ନୂଆ ଡାକ ଘର ଗୁଡିକ ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୩ ମାର୍ଚ୍ଚ ସୁଦ୍ଧା ଖୋଲାଯିବ । ଏହାସହ ଦେଶରେ ମୋଟ ଡାକଘର ସଂଖ୍ୟା ପ୍ରାୟ ୧.୭ ଲକ୍ଷ ହୋଇଯିବ । ଏହାସହ ଲୋକଙ୍କୁ ସରକାରୀ ସେବା ପାଇଁ ବିଭାଗ ବିଭିନ୍ନ ପ୍ରୋଜେକ୍ଟ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ କାମ କରୁଛନ୍ତି । ଅମନ ଶର୍ମା କହିଛନ୍ତି, ଡାକ ଘରର ଆଧୁନିକରଣ ପାଇଁ ସରକାର ପ୍ରାୟ ୫,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ । ଡାକ ସଚିବ ଅମନ ଶର୍ମା କହିଛନ୍ତି, ଲୋକଙ୍କୁ ଡାକ ଘର ଆସିବା ପରିବର୍ତ୍ତେ ଟେକ୍ନୋଲଜି ସାହାଯ୍ୟରେ ତାଙ୍କ ଘର ପାଖରେ ସେବା ପହଞ୍ଚାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି ।

Show More

Related Articles

Back to top button