ଦେଶସ୍ୱତନ୍ତ୍ର

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ମହଙ୍ଗା ମାଡ ମଧ୍ୟରେ ପୁଣି ଏକ ଝଟକା । ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର । ଦୀର୍ଘ ଦିନ ହେବ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବାବେଳେ ସାଧାରଣ ଜନତାଙ୍କୁ ମେଘାଳୟ ସରକାର ଦରବୃଦ୍ଧିର ଏକ ବଡ ଝଟକା ଦେଇଛନ୍ତି । ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବଢାଇଛନ୍ତି ସରକାର । ରାଜ୍ୟର କର ମନ୍ତ୍ରୀ ଜେମ୍ସ ପିକେ ସଙ୍ଗମା ଏ ନେଇ ସୂଚନା ଦେଇଛନ୍ତି । ସେହିପରି ପଡୋଶୀ ରାଜ୍ୟ ଆସାମରେ ମଧ୍ୟ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖାଯାଇଛି ।

ତେବେ ନୂଆ ଦର ଅନୁଯାୟୀ, ମେଘାଳୟର ବିରନୀହାଟରେ ପେଟ୍ରୋଲ ମୂଲ୍ୟ ଏବେ ୯୫.୧ ଟଙ୍କା ପ୍ରତି ଲିଟର ଏବଂ ଶିଲଂରେ ୯୬.୮୩ ଟଙ୍କାରେ ପହଞ୍ଚିଛି । ତେବେ ଡିଜେଲ ଦର ୮୩.୫ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଶିଲଂରେ ଏହା ୮୪.୭୨ ଟଙ୍କା ରହିଛି । ରାଜ୍ୟରେ ତୈଳଦର ଲିଟର ପ୍ରତି କ୍ରମଶଃ ୧.୫୦ ଟଙ୍କା ବୃଦ୍ଧି ପାଇଛି ।

ସେହିପରି କୋଲକାତାରେ ପେଟ୍ରୋଲ ୧୦୬.୦୩ ଟଙ୍କା ଥିବା ବେଳେ ଡିଜେଲ ୯୨.୭୬ ଟଙ୍କା ରେକର୍ଡ ହୋଇଛି । ତେବେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୧୦୩.୧୯ ଟଙ୍କା ଏବଂ ଡିଜେଲ ୯୪.୭୬ଟଙ୍କାରେ ସ୍ଥିର ରହିଛି ।

Show More

Related Articles

Back to top button