ଖେଳ

ମୁହାଁମୁହିଁ ହେବେ ଭାରତ-ଶ୍ରୀଲଙ୍କା

ବିଶ୍ୱକପ ୨୦୨୩ରେ ଆଜି ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ଭାରତ ଓ ଶ୍ରୀଲଙ୍କା।  ଆଜି ଅପରାହ୍ନ ୨ଟା ବେଳେ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଏହି ମ୍ୟାଚ ଖେଳା ହେବାକୁ ଯାଉଛି। ତେବେ ମୁମ୍ବାଇର ଏହି ଷ୍ଟାଡିୟମ ବ୍ୟାଟିଂ ପିଚ୍ ଖୁବ୍ ଜଣାଶୁଣା। ତେଣୁ ଆଜି ଏକ ହାଇ-ସ୍କୋରିଂର ମ୍ୟାଚ ହେବା ନେଇ ଅନୁମାନ କରାଯାଉଛି।ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ୬ଟି ଲେଖାଏଁ ମ୍ୟାଚ୍ ଖେଳିଛି, ଯେଉଁଥିରେ ୬ଟି ମ୍ୟାଚ୍ ଜିତି ଭାରତ ସ୍କୋର ବୋର୍ଡର ଶୀର୍ଷ ସ୍ଥାନରେ ଥିବା ବେଳେ ଶ୍ରୀଲଙ୍କା ୬ଟି ମ୍ୟାଚ୍ ମଧ୍ୟରୁ ମାତ୍ର ୨ଟି ମ୍ୟାଚ୍ ଜିତିଛି। ତେବେ ଆଜି ଯଦି ମ୍ୟାଚ୍ ଭାରତୀୟ ଟିମ୍ ସପକ୍ଷରେ ଯାଏ ତେବେ ସେମି ଫାଇନାକୁ ପ୍ରବେଶ କରିବା ନିଶ୍ଚିତ। ଏଥି ସହ ଯଦି ଶ୍ରୀଲଙ୍କା ଟିମ୍ ଏହି ମ୍ୟାଚ ହାରେ ତେବେ ସେମି ଫାଇନାଲରୁ ବାଦ୍ ପଡ଼ିବ ଦଳ। ୱାନଖେଡ଼େ ଷ୍ଟାଡିୟମର ପିଚ୍ ଭଲ ବ୍ୟାଟିଂ ପାଇଁ ପ୍ରସିଦ୍ଧ। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନ ଏହି ଷ୍ଟାଡିୟମରେ ଦମଦାର ପ୍ରଦର୍ଶନ ଦେଖାଇବା ନେଇ ଆଶା କରାଯାଉଛି। ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ଏହି ଗ୍ରାଉଣ୍ଡରେ ମାତ୍ର ୨ଟି ମ୍ୟାଚ୍ ଖେଳାଯାଇଛି ଏବଂ ଉଭୟ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୩୦୦ରୁ ଅଧିକ ସ୍କୋର କରିଛି। ତେବେ ଏହି ଗ୍ରାଉଣ୍ଡରେ ଆଜି ଯାଏ ମୋଟ ୨୫ଟି ଓଡିଆଇ ମ୍ୟାଚ୍ ଖେଳାଯାଇଛି।

Show More

Related Articles

Back to top button