Breaking PLUSଦେଶମୁଖ୍ୟ ଖବର

ବିହାରରେ ଡଙ୍ଗା ବୁଡି 2ମୃତ, 7 ନିଖୋଜ

ସାରଣ- ବିହାରର ସାରଣ ଜିଲ୍ଲାର ମାଞ୍ଝି ମଟିୟାରରେ ବୁଡିଲା ଡଙ୍ଗା । ନୌକା ଦୁର୍ଘଟଣାରେ 2ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ 7ଜଣ ଏବେବି ନିଖୋଜ ଅଛନ୍ତି ।
ଜିଲ୍ଲାପାଳ ଅମନ ସମୀର କହିଛନ୍ତି ଯେ, ବୁଧବାର ବିଳମ୍ବିତ ରାତିରେ ଏହି ନୌକା ଦୁର୍ଘଟଣା ଘଟିଛି । ଡଙ୍ଗାରେ 19ଜଣ ଲୋକ ଥିଲେ । ତେବେ ଅଘଟଣ ପରେ 9ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । 2ଜଣଙ୍କ ମୃତଦେହ ଜବତ କରାଯାଇଥିବା ବେଳେ 7ଜଣ ଏବେ ବି ନିଖୋଜ ଅଛନ୍ତି । ଏନଡିଆରଏଫ ଟିମ୍ ଓ ସ୍ଥାନୀୟ ଲୋକେ ଏବେବି ତଲାସୀ ଅଭିଯାନ ଜାରି ରଖିଛନ୍ତି ।
ଜିଲ୍ଲାପାଳଙ୍କ ସୂଚନା ମୁତାବକ ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଶ୍ରମିକ ଅଟନ୍ତି । ଏବଂ ବିଲରେ ମୁଲ ଲାଗିବାକୁ ପ୍ରତିଦିନ ସକାଳେ ସେମାନେ ନଦୀ ପାର ହୋଇଯାଇଥାନ୍ତି ଏବଂ ସନ୍ଧ୍ୟାରେ ଘରକୁ ଫେରିଥାନ୍ତି । ତେବେ ଗତକାଲି ଫେରିବା ବେଳେ ନୌକା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Show More

Related Articles

Back to top button