ଦେଶ ବିଦେଶ

ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକି ପାରନ୍ତି କିମ୍‌ ଜଙ୍ଗ୍‌ ଉନ୍‌

ମଧ୍ୟ-ପ୍ରାଚ୍ୟର ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ବିକ୍ରୟ କରିବା କଥା ଉତ୍ତର କୋରିଆର ନେତା କିମ୍‌ ଜଙ୍ଗ୍‌ ଉନ୍‌ ବିଚାର କରୁଛନ୍ତି ବୋଲି ଦକ୍ଷିଣ କୋରିଆ ଗୁଇନ୍ଦା ଏଜେନ୍‌ସି ସୂତ୍ରରୁ ଜଣା ପଡିଛି। ଇସ୍ରାଏଲ୍‌-ହମାସ୍‌ ଯୁଦ୍ଧ ଚାଲିଥିବା ବ‌େଳେ ପାଲେଷ୍ଟିନୀୟମାନଙ୍କୁ ସମର୍ଥନ କରିବା ଲାଗି ମଧ୍ୟ ସେ ତାଙ୍କ ଅଧିକାରୀମାନଙ୍କୁ ଆଦେଶ ଦେଇଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ପାଇଁ ଜାତିସଂଘର କଟକଣା ସମ୍ମୁଖୀନ ହୋଇଥିବା ଉତ୍ତର କୋରିଆ ଅତୀତରେ ହମାସ୍‌କୁ ‘ଆଣ୍ଟି-ଟ୍ୟାଙ୍କ୍‌ ରକେଟ୍‌ ଲଞ୍ଚର୍‌’ ବିକ୍ରୟ କରିଛି ବୋଲି କ‌ୋରୀୟ ସାଂସଦମାନେ କହିଛନ୍ତି। ତେବେ ଗାଜାରେ ଯୁଦ୍ଧ ଚାଲିଥିବାରୁ ଉତ୍ତର କୋରିଆ ଅଧିକ ଅସ୍ତ୍ରଶସ୍ତ୍ର ରପ୍ତାନି କରିବା ଲାଗି ଉଦ୍ୟମ କରୁଛି।ଏକ ଘରୋଇ ରିପୋର୍ଟରୁ ଜଣାପଡିଛି ଯେ, ସାଂସଦମାନଙ୍କୁ ଦକ୍ଷିଣ କୋରିଆର ‘ନ୍ୟାସ୍‌ନାଲ୍‌ ଇଣ୍ଟେଲିଜେନ୍‌ସ୍‌ ଏଜେନ୍‌ସି’ର ନିର୍ଦେଶକ କିମ୍‌ କି‌ୟୋ-ହ୍ୟୁଁ କହିଛନ୍ତି ଯେ, ଯୁଦ୍ଧଦ୍ୱାରା ଉପକୃତ ହେବାକୁ ଆଶାକରି ପାଲେଷ୍ଟାଇନ୍‌କୁ ବ୍ୟାପକ ସମର୍ଥନ କରିବା ପାଇଁ କିମ୍‌ ଜଙ୍ଗ୍‌ ଉନ୍‌ ଆହ୍ବାନ ଦେଇଥିବା ବିଶ୍ବାସ କରାଯାଉଛି। ଅକ୍ଟୋବର୍‌ ୭ ତାରିଖରେ ଇସ୍ରାଏଲ୍‌ ଉପରେ ଅତର୍କିତ ଆକ୍ରମଣ କରିବା ବେଳେ ଆତଙ୍କବାଦୀମାନେ ଉତ୍ତର କୋରିଆରେ ନିର୍ମିତ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ ବୋଲି ହମାସ୍‌ ପ‌ୋଷ୍ଟ୍‌ କରିଥିବା ଫଟୋ ଓ ଭିଡିଓରୁ ପ୍ରମାଣ ମିଳୁଛି। ତେବେ ଦକ୍ଷିଣ କୋରିଆର ସରକାରୀ ଅଧିକାରୀ ଓ ଉତ୍ତର କୋରିଆର ଅସ୍ତ୍ରଶସ୍ତ୍ର ଉପରେ ବିଶେଷ ଜ୍ଞାନ ଥିବା ୨ଜଣ ପ୍ରତିରକ୍ଷା ଅଧିକାରୀଙ୍କ କହିବା ଅନୁସାରେ, ହମାସ୍‌ ଉତ୍ତରକୋରୀୟ ଏଫ୍‌-୧ ରକେଟ୍‌ ଦ୍ୱାରା ନିକ୍ଷେପ କରାଯାଉଥିବା ଗ୍ରେନେଡ୍‌ ଓ ଯୁଦ୍ଧଯାନକୁ ନଷ୍ଟ କରିବା ଲାଗି କାନ୍ଧରେ ରଖି ନିକ୍ଷେପ କରାଯାଉଥିବା ଅସ୍ତ୍ର ବ୍ୟବହାର କରିଥିବା କରିଥାଇ ପାରେ।

Show More

Related Articles

Back to top button