Breaking PLUSଓଡ଼ିଶା

10 ଟଙ୍କା ଅଧିକ ନେଇଥିଲେ ଆଉ ଏବେ 20 ଲକ୍ଷ ଫାଇନ୍ ଦେବେ

ଗ୍ରାହକଙ୍କୁ ଚୁନ ଲଗାଇବା ପଡି଼ଲା ମହଙ୍ଗା। ୧୦ ଟଙ୍କା ପାଇଁ ଗଣିବେ ୨୦ ଲକ୍ଷ ଟଙ୍କାର ତଣ୍ତ । ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଗତ କିଛି ଦିନ ତଳେ, ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ରାମଦାସପୁରରେ ଥିବା ଏହି ମଦ କାଉଣ୍ଟରରୁ ବିଡାନସୀ ତାରିଣୀ ବିହାର ଲେନର ଅବିତ୍ ସାହୁ ନାମକ ଜଣେ ବ୍ୟକ୍ତି ଦୁଇଟି ବିଅର ବୋତଲ କିଣିଥିଲେ। ମଦ ଦୋକାନୀ ବୋତଲରେ ଯେତିକି ଏମଆରପି (MRP)ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ତାଙ୍କୁ ବିକ୍ରି କରିଥିଲେ। ଅଧିକ ନେଇଥିବା ଟଙ୍କାକୁ ଫେରସ୍ତ ପାଇଁ ମଦ ଦୋକାନୀଙ୍କୁ ଲିଗାଲ ନୋଟିସ୍ କରିଥିଲେ ଅବିତ୍। କେବଳ ଅବିତଙ୍କ ଠାରୁ ନୁହେଁ ଏହି ଦୋକାନୀ ଅନ୍ୟ ମାନଙ୍କ ଠାରୁ ମଧ୍ୟ ଚଢା ଦରରେ ମଦ ବିକ୍ରି କରୁଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା। ଚଢ଼ା ଦାମରେ ମଦ ବିକ୍ରି କରୁଥିବା ଅଭିଯୋଗ ହେବାରୁ ଖାଉଟି ଅଦାଲତ ଯାଞ୍ଚ ପରେ ଉକ୍ତ ଦୋକାନୀଙ୍କ ଠାରୁ ୨୦ ଲକ୍ଷ ଜରିମାନା ନେଇଥିଲେ। ଖବର ପାଇ ସ୍ଥାନୀୟ ଅବକାରୀ ବିଭାଗର ଏକ ସ୍ପେଶଲ ଟିମ୍ ସେଠାରେ ସାଧାରଣ ପୋଷାକରେ ରହି ଛାନ୍ ଭିନ୍ କରୁଥିଲେ।ଏହା ପରେ ସଂନ୍ଧ୍ୟା ସମୟରେ ଗୋଡିସାହି ଆସି ଦୋକାନକୁ ଅତର୍କିତ ଭାବେ ସିଲ୍ କରିଥିଲେ। ସେପଟେ, ଏହି ମଦ ଦୋକାନ ସିଲ୍ ପରେ ସେହି ଅଞ୍ଚଳରେ ଥିବା ଅନ୍ୟ ଦୋକାନୀ ମାନଙ୍କ ମଧ୍ୟରେ ମଧ୍ୟ ଛନକା ପଶିଛି। ଏହି ଘଟଣା ନେଇ ମୁହଁ ଖୋଲିଛନ୍ତି, କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ । ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଗତ ଦିନ ଗୁଡିକର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ ହେବା ସହ ଲାଇସେନ୍ସ ମଧ୍ୟ କ୍ୟାନସଲ କରାଯିବ।

Show More

Related Articles

Back to top button