ଖେଳ

ଟସ୍‌ ଜିତି ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ନିଉଜିଲାଣ୍ଡ୍‌

ଆଜି ହିମାଚଳ ପ୍ରଦେଶର ଧରମଶାଲାସ୍ଥିତ ‘ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌’ରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେରେ ‘ଟସ୍‌’ ଜିତିବା ପରେ ନଉଜିଲାଣ୍ଡ୍‌ର ଅଧିନାୟକ ଟମ୍‌ ଲାଥାମ୍‌ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, ୧୨ ଓଭର୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୧୩୩ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ଡେଭିଡ୍‌ ୱାର୍ଣ୍ଣର୍‌ ଓ ଟ୍ରେଭିସ୍‌ ହେଡ୍‌। ନିଉଜିଲାଣ୍ଡ୍‌ ତରଫରୁ ପକ୍ଷରୁ ବୋଲିଙ୍ଗ୍‌ କରୁଛନ୍ତି ଲକି ଫର୍ଗୁସନ୍‌ ଓ ମିସେଲ୍‌ ସାଣ୍ଟର୍‌। ଆଜି ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ଡେଭିଡ୍‌ ୱାର୍ଣ୍ଣର୍‌, ଟ୍ରେଭିସ୍‌ ହେଡ୍‌, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍‌, ମାର୍ଣ୍ଣସ୍‌ ଲାବୁସେନ୍‌, ଜ‌ୋସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ରକ୍ଷକ), ଗ୍ଲିନ୍‌ ମ୍ୟାକ୍ସ୍‌ୱେଲ୍‌, ପ୍ୟାଟ୍‌ କ୍ୟୁମିନ୍‌ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା ଓ ଜୋସ୍‌ ହାଜେଲ୍‌ଉଡ୍‌। ସେହିପରି, ନିଉଜିଲାଣ୍ଡ୍‌ ଏକାଦଶରେ ଖେଳୁଛନ୍ତି, ଡିଭନ୍‌ କନ୍‌ୱେ, ୱିଲ୍‌ ୟଙ୍ଗ୍‌, ରେଚିନ୍‌ ରବୀନ୍ଦ୍ର, ଡେରିଲ୍‌ ମିସେଲ୍‌, ଟମ୍‌ ଲାଥାମ୍‌ (ୱିକେଟ୍‌ରକ୍ଷକ), ଗ୍ଲିନ୍‌ ଫିଲିପ୍ସ, ଜେମ୍‌ସ୍‌ ନୀଶାମ୍‌, ମିସେଲ୍‌ ସାଣ୍ଟର୍‌, ମ୍ୟାଟ୍‌ ହେନ୍‌ରି, ଲକି ଫର୍ଗୁସନ୍‌ ଓ ଟ୍ରେଣ୍ଟ୍‌ ବୋଲ୍ଟ୍‌।

Show More

Related Articles

Back to top button