ଓଡ଼ିଶାଭକ୍ତି

କାଲିଠୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ

ଆସନ୍ତାକାଲି ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଇଛି। ହବିଷ୍ୟାଳୀ ମାନେ ଆଜିଠାରୁ ଶ୍ରୀକ୍ଷେତ୍ରରେ ଭିଡ ଜମାଇଲେଣି। ବିଭିନ୍ନ ମଠରେ ହବିଷ୍ୟାଳୀ ମାନେ ରହି ବ୍ରତ ପାଳନ କରିବେ । ଏନେଇ ହବିଷ୍ୟାଳୀଙ୍କ ରହଣି ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ହବିଷ୍ୟାଳି ଯୋଜନାରେ ହବିଷ୍ୟାଳୀ ମାନେ ସ୍ୱତନ୍ତ୍ର ଶିବିରରେ ରହୁଛନ୍ତି। ଗତକାଲି ଜିଲ୍ଲାପାଳଙ୍କ ଅଧକ୍ଷତାରେ ଏକ ଚୂଡାନ୍ତ ବୈଠକ କରାଯାଇଥିଲା ।  ପୁରୀରେ ରହଣୀ ନେଇ ବର୍ତ୍ତମାନ, ସୁଦ୍ଧା ସମଗ୍ର ରାଜ୍ୟରେ ୩ହଜାର ୫୦ ଜଣ ହବିଷ୍ୟାଳି ପଞ୍ଜିକରଣ କରିଛନ୍ତି। ତନ୍ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୧୧,ପୁରୀରୁ ୮୭୫ ଜଣ,ଗଞ୍ଜାମରୁ ୩୮୫ଜଣ,ନୟାଗଡ଼ରୁ ୩୧୦ ଜଣ ଓ ଅନ୍ୟାନ୍ୟ ଜିଲ୍ଲାରୁ ହବିଷ୍ୟାଳି ମାନେ ପଞ୍ଜୀକରଣ କରି ଶିବିରରେ ପହଞ୍ଚିଛନ୍ତି। ଏନେଇ, ସରକାର ହବିଷ୍ୟାଳିଙ୍କ ରହଣି, ପୂଜା,ଶୃଙ୍ଖଳିତ ମହାପ୍ରଭୁଙ୍କ ଦର୍ଶନ, ଭଜନ କୀର୍ତ୍ତନ, ସୁରକ୍ଷା ଏବଂ ମହାପ୍ରସାଦ ସେବନ ଆଦି ବ୍ୟବସ୍ଥା ଆଦିର ସମୀକ୍ଷା କରାଯାଇ ବ୍ୟବସ୍ଥିତ କରାଯାଇଛି। ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ଏହି ବୈଠକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁମନ୍ତ୍ର ଦିଆଯାଇଛି। ହବିଷ୍ୟାଳୀ ମାନଙ୍କ ଆଗମନ, ରହଣି ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଛି। ସମୁଦାୟ ୫ଟି ହବିଷ୍ୟାଳି କେନ୍ଦ୍ର ଯଥା ବୃନ୍ଦାବତି ନିବାସରେ ୧୬୫୦ ଜଣ,ମୋଚିସାହି କଲ୍ୟାଣ ମଣ୍ଡପରେ ୫୮୦ ଜଣ, ଅକ୍ଷୟପାତ୍ର ଫାଉଣ୍ଡେସନରେ ୪୫୦ ଜଣ,ବଗଲା ଧର୍ମଶାଳାରେ ୧୫୦ ଜଣ ଓ ବାଗେଡିଆ ଧର୍ମଶାଳାରେ ୧୮୦ ଜଣ ହବିଷ୍ୟାଳି ମାନେ ରହି ବ୍ରତ ପାଳନ କରିବେ।  ହବିଷ୍ୟାଳିଙ୍କର ରହଣି ସମୟରେ ଯେପରି କୌଣସି ଅସୁବିଧା ବା ସମସ୍ୟା ନ ହୁଏ ସେଥିପ୍ରତି ଦାୟିତ୍ୱ ରେ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି।ରହଣି ସମୟରେ ସ୍ୱାସ୍ଥ୍ୟ, ପରିମଳ,ପାନୀୟ ଜଳ, ବିଦ୍ୟୁତ ଯୋଗାଣ, ଆଇନ ଶୃଙ୍ଖଳା, ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା, ଦର୍ଶନ ବ୍ୟବସ୍ଥା,ଦର୍ଶନ ସମୟରେ ଟ୍ରାଫିକ ନିୟନ୍ତ୍ରଣ,ସ୍ୱଛାସେବୀ ନିୟୋଜନ ଇତ୍ୟାଦିକୁ ସୁନିୟନ୍ତ୍ରିତ କରାଯିବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ନିଷ୍ଠାର ସହ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Show More

Related Articles

Back to top button