ଓଡ଼ିଶା

ପ୍ରସ୍ତୁତ ହେବ କ୍ୟାନସର ପିଡିତ ଶିଶୁଙ୍କ ପାଇଁ ହସ୍ପିଟାଲ

କ୍ୟାନ୍ସର ପୀଡିତ ଶିଶୁଙ୍କ ଲାଗି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଶିଶୁଙ୍କ ପାଇଁ କ୍ୟାନ୍ସର ହସ୍ପିଟାଲ ନିର୍ମାଣ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ ଜଟଣୀରେ ଏହି କ୍ୟାନ୍ସର ହସ୍ପିଟାଲ ନିର୍ମାଣ କରାଯିବ। ଏହା ସହ ଏଥିରେ ଏକ ଧର୍ମଶାଳା ତଥା ଗେଷ୍ଟ ହାଉସ ନିର୍ମାଣ ମଧ୍ୟ ହେବ । ଉଭୟକୁ ରାଜ୍ୟ ସରକାର ନିର୍ମାଣ କରି ଟିଏମସି, ମୁମ୍ବାଇକୁ ହସ୍ତାନ୍ତର କରିବେ । ଏନେଇ ଟିଏମସି, ମୁମ୍ବାଇକୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ସରକାର । ତେବେ ହୋମି ଭାବା କ୍ୟାନ୍ସର ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର ନାମରେ ଏହି ହସ୍ପିଟାଲ ପରିଚିତ ହେବ । ଏଥିପାଇଁ ରାଜ୍ୟ ସରକାର ୬୫ ଏକର ଜମି ଯୋଗାଇଦେବା ସହ ୧୫୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେଇଛନ୍ତି । ପେଡିଆଟ୍ରିକ କ୍ୟାନ୍ସର ଫାସିଲିଟି ନିର୍ମାଣ ପାଇଁ ୧୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ରହିଛି । ବିଲ୍ଡିଂ ପାଇଁ ୮୦ ଓ ଚିକିତ୍ସା ଉପକରଣ ପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ଅନ୍ୟପଟେ ଦୁଇ ବ୍ଲକ ବିଶିଷ୍ଟ ଧର୍ମଶାଳା ନିର୍ମାଣ ପାଇଁ ୧୨୦ ଟଙ୍କା ଖର୍ଚ୍ଚ ହେବ । ଆଜି ଜଟଣୀ ନାଇଜର କ୍ୟାମ୍ପସରେ ହୋମି ଭାବା କ୍ୟାନସର ହସପିଟାଲ ଓ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସପିଟାଲରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ସହ ଗବେଷଣା କରାଯିବ । ୨ଶହ ଶର୍ଯ୍ୟା ବିଶିଷ୍ଟ ଏହି କ୍ୟାନସର ହସପିଟାଲ ଡିସେମ୍ବର ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।

Show More

Related Articles

Back to top button