ଜୀବନଚର୍ଯ୍ୟା

ଚକୋଲେଟ୍‌ରେ ରହୁଛି ସୀସା, କ୍ୟାଡ୍‌ମିୟମ୍‌ର ମାତ୍ରା

ମାର୍କେଟରେ ମିଳୁଥିବା ଚକୋଲେଟ୍‌ରେ ସୀସା ଏବଂ କ୍ୟାଡ୍‌ମିୟମ୍‌ର ବିପଜ୍ଜନକ ମାତ୍ରା ରହିଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଧାତବର ମାତ୍ରା ଅଧିକ ଦିନ ପର୍ଯ୍ୟନ୍ତ ଶରୀରକୁ ଗଲେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ ବୋଲି ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ମୋଟ ୭ଟି ବର୍ଗର ୪୮ ପ୍ରକାରର ଚକୋଲେଟ୍‌କୁ ନେଇ କରାଯାଇଥିବା ଅଧ୍ୟୟନରୁ କେବଳ ମିଲ୍କ ଚକୋଲେଟ୍‌ ବାର୍‌ରେ ଏହି ଉପାଦାନ ଅଧିକ ପରିମାଣର ନ ଥିବା ଜଣାପଡ଼ିଛି। ଏକତୃତୀୟାଂଶ ଅର୍ଥାତ୍‌ ୧୬ଟି ଚକୋଲେଟ୍‌ ଉତ୍ପାଦରେ ସୀସା କିମ୍ବା କ୍ୟାଡ୍‌ମିୟମ୍‌ ଏବଂ ଉଭୟ ଧାତବ ବିପଜ୍ଜନକ ସ୍ତରରେ ରହିଛି। କଞ୍ଜ୍ୟୁମର ରିପୋର୍ଟସ୍‌ ନାମକ ସଂସ୍ଥା ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନରେ ଚକୋଲେଟ୍‌ରେ ଅତ୍ୟଧିକ ଧାତବ ଉପାଦାନ ରହିଥିବା ଜଣାପଡିଛି।

Show More

Related Articles

Back to top button