ଜୀବନଚର୍ଯ୍ୟା

ମଧୁମେହ ରୋଗୀ କେଉଁ ଡାଲି ଖାଇବେ

ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହ ରୋଗରେ ପୀଡିତ। କହିବାକୁ ଗଲେ ଏହି ରୋଗ ଏକ ଗମ୍ଭୀର ସମସ୍ୟା ନ ହେଲେ ବି ଅନ୍ୟାନ୍ୟ ରୋଗର କାରଣ ପାଲଟିଥାଏ। ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ ଖାଦ୍ୟରେ କଟକଣା ଜରୁରୀ। ଖାଦ୍ୟରେ କଟକଣା ଆଣିପାରିଲେ ରକ୍ତରେ ଶର୍କାର ସ୍ଥର ହ୍ରାସପାଏ। ଏଥିପାଇଁ ଏହି ରୋଗୀମାନଙ୍କୁ ଡାକ୍ତରମାନେ ଖାଦ୍ୟରେ ଅନେକ କଟକଣା ରଖିବାକୁ ପରାମର୍ଶ ଦିଅନ୍ତି। ପନିପରିବାଠୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ ବହୁତ କିଛି ଖାଇବାକୁ ବାରଣ ହୋଇଥାଏ। ତେବେ ଏସବୁ ମଧ୍ୟରେ ମଧୁମେହ ରୋଗୀମାନେ କେଉଁ ଡାଲି ଖାଇବେ ଏବଂ ନ ଖାଇବେ, ଚାଲନ୍ତୁ ଜାଣିବା

ମଧୁମେହରେ କେଉଁ ଡାଲିରୁ ଦୂରେଇ ରହିବା ଉଚିତ୍?
ମଧୁମେହ ରୋଗୀଙ୍କ ରକ୍ତରେ ଶର୍କରା ସ୍ତର ଅନ୍ୟମାନଙ୍କ ତୁଳନାରେ ଅଧିକ ଥାଏ। ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହି ରୋଗୀଙ୍କୁ ବିରି ଡାଲି ଖାଇବାଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଅନ୍ତି। ଅନେକ ଲୋକ ବିରି ଡାଲିରେ ଲହୁଣୀ କିମ୍ବା ଘିଅ ମିଶାଇ ଖାଇଥାନ୍ତି। ମଧୁମେହ ରୋଗୀ ଏଥିରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଉଚିତ୍।

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ?
ମଧୁମେହ ରୋଗୀମାନେ ବିରି ଡାଲି ବଦଳରେ ମଶୁର, ମୁଗ ଏବଂ ଚଣା ଡାଲି ଖାଇପାରିବେ। ଏହା ସେମାନଙ୍କ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ। ମଶୁର ଡାଲିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ୍ ଥାଏ। ଏହା ବ୍ୟତୀତ ଏଥିରେ ଲୌହ, ଫୋଲେଟ୍, ଜିଙ୍କ୍ ଏବଂ ଅନେକ ଭିଟାମିନ୍ ମିଳିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ।

Show More

Related Articles

Back to top button