Breaking PLUSଦେଶ

ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ୍‌ଙ୍କୁ ଗିରଫ କଲା ‘ଇଡି’

‘ରେସନ୍‌’ ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗରେ ଗୁରୁବାର ବିଳମ୍ବିତ ରାତ୍ରରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ‘ତୃଣମୂଳ କଂଗ୍ରେସ’ର ନେତା ଜ୍ୟୋତିପ୍ରିୟ ମଲ୍ଲିକଙ୍କୁ ଗିରଫ କରିଛି। କୋଲ୍‌କାତା ନଗରୀ ଉପକଣ୍ଠ ଅନ୍ତର୍ଗତ ସଲ୍‌ଟ୍‌ ଲେକ୍‌ ଅଞ୍ଚଳରେ ଥିବା ମନ୍ତ୍ରୀଙ୍କ ବାସଭବନ ତଲାସ କର‌ାଯିବାର ଦିନକ ପରେ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ସେ ଗିରଫ ହୋଇଛନ୍ତି। ଜାରି କରିଥିବା ବିବୃତିରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଛି, ‘ରେସନ୍‌’ ବଣ୍ଟନରେ ହୋଇଥିବା ଦୁର୍ନୀତି ଅଭିଯୋଗ ମାମଲାରେ ସମ୍ପୃକ୍ତ ଥିବା କାରଣରୁ ପଶ୍ଚମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଛନ୍ତି। ଗିରଫ ହୋଇ ଯାଉଥିବା ବେଳେ ଗିରଫଦାରି ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ମନ୍ତ୍ରୀ ମଲ୍ଲିକ କହିଛନ୍ତି, ସେ ଭୀଷଣ ଷଡ଼ଯନ୍ତ୍ରର ସରବ୍ୟ ହୋଇଛନ୍ତି। ସମ୍ପ୍ରତି ମଲ୍ଲିକ ରାଜ୍ୟ ବନ ବ୍ୟାପାର ବିଭାଗରେ ମନ୍ତ୍ରୀ ଅଛନ୍ତି। ଏହା ପୂର୍ବରୁ ସେ ଖାଦ୍ୟ ଓ ସାଧାରଣ ଯୋଗାଣ ବିଭାଗର ମନ୍ତ୍ରୀ ଥିଲେ। ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦେଶାଳୟ ମନ୍ତ୍ରୀଙ୍କ ସହିତ ଘନିଷ୍ଠତା ଥିବା ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ବାକିବୁର୍‌ ରହମନ୍‌ ନାମକ ସେ ବ୍ୟବସାୟୀଙ୍କ ମାଲିକାନାରେ କେତେକ ଚାଉଳ ମିଲ୍‌, ହୋଟେଲ୍‌ ଓ ବାର୍‌ ରହିଛି। ସେ ସବୁ ‘ସେଲ୍‌ କମ୍ପାନି’ ଭାବେ ମଧ୍ୟ କାର୍ଯ୍ୟ କରେ। ରହମନ୍ ପ୍ରାୟ ୫୦ କୋଟି ଟଙ୍କାର ଆୟବହିର୍ଭୁତ ସମ୍ପତ୍ତିର ମାଲିକ ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ କହିଥିଲା।

Show More

Related Articles

Back to top button