ଦେଶରାଜନୀତି

ଜାରି ହେଲା ମଧ୍ୟପ୍ରଦେଶ ବିଜେପିର ଷ୍ଟାର ପ୍ରଚାରକଙ୍କ ତାଲିକା :ବାଦ୍ ପଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ସାଂସଦ

ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ତାରକା ପ୍ରଚାରକ ତାଲିକା ଜାରି କରିଛି। ଏହି ତାଲିକାରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ, ରାଜନାଥ ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ  ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ବଡ ବଡ ନେତାଙ୍କ ନାମ ରଖିଛି । ଏଥିସହ ଏହି ତାଲିକାରେ ବିଜେପି ୪୦ ଜଣ ନେତାଙ୍କୁ ସ୍ଥାନ ଦେଇଛି, ଯେଉଁମାନେ ମଧ୍ୟପ୍ରଦେଶରେ ପ୍ରଚାର କରିବେ। କିନ୍ତୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଏବଂ ଭୋପାଳ ସାଂସଦ ତଥା ବିଜେପିର ବିବାଦୀୟ ନେତ୍ରୀ ସାଧ୍ୱୀ ପ୍ରଜ୍ଞାଙ୍କ ନାମ ଏହି ତାଲିକାରେ ନାହିଁ। ଷ୍ଟାର ପ୍ରଚାରକ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ରାଜନାଥ ସିଂହ, ଜେପି ନଡ୍ଡା, ନୀତିନ ଗଡକରୀ, ଶିବରାଜ ସିଂହ ଚୌହାନ, ଭିଡି ଶର୍ମା, ଯୋଗୀ ଆଦିତ୍ୟନାଥ, ପୀୟୂଷ ଗୋୟଲ, ନରେନ୍ଦ୍ର ସିଂ ତୋମାର, ସ୍ମୃତି ଇରାନୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭୂପେନ୍ଦ୍ର ଯାଦବ, ଅଶ୍ୱିନୀ ବୈଷ୍ଣବ, ଅନୁରାଗ ଠାକୁର, ଦେବେନ୍ଦ୍ର ଫଡନାଭିସ, ହେମନ୍ତ ବିଶ୍ୱ ଶର୍ମା, କୈଳାସ ବିଜୟବର୍ଗୀୟ, କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ଫଗନ ସିଂ କୁଲସ୍ତେ, ପ୍ରହ୍ଲାଦ ପଟେଲ ରହିଛନ୍ତି।  ଏଥିରେ ଏସ୍ ପି ସିଂହ ଭାଗେଲ, ମନୋଜ ତିୱାରୀ, ନରୋତ୍ତମ ମିଶ୍ରଙ୍କ ସମେତ ବହୁ ବଡ଼ ବଡ଼ ନେତାଙ୍କ ନାମ ରହିଛି।

Show More

Related Articles

Back to top button