Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରମୋଦଙ୍କ ପାଇଁ ଦୁଇକୋଟିର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ୨ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯାଇଛି। ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣପଦକ ଜିତିଥିବା ପ୍ରମୋଦଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନପର ପଟ୍ଟନାୟକ ୨ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ପ୍ରମୋଦଙ୍କ ସଫଳତା ପାଇଁ ପ୍ରମୋଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରମୋଦ ଭଗତ ହେଉଛନ୍ତି ସର୍ବୋତ୍ତମ ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣେ। ସେ ୨୦୨୪ ପ୍ୟାରୀସ ପାରା ଅଲମ୍ପିକ୍ସ ଗେମ୍ସରେ ମଧ୍ୟ ଆମ ସମସ୍ତଙ୍କୁ ଗର୍ବିତ କରିବେ ବୋଲି ମୁଁ ନିଶ୍ଚିତ। ୨୦୨୪ ପ୍ୟାରୀସ ପାରା ଅଲିମ୍ପିକ୍ସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରମୋଦଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Show More

Related Articles

Back to top button