Breaking PLUSଦେଶ ବିଦେଶମୁଖ୍ୟ ଖବର

ପୁଣି ହାରିଲା ପାକିସ୍ତାନ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ବକପର ରୋମାଞ୍ଚକର ମ୍ୟାଚରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ସତ୍ତ୍ବେ ଦକ୍ଷିଣ ଆଫ୍ରିକା ଆଗରେ ୨୭୧ ରନର ଟାର୍ଗେଟ ଦେଇଥିଲା ପାକିସ୍ତାନ । ତେବେ ଏକ ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ଶେଷ ୱିକେଟ ତଥା ଗୋଟିଏ ୱିକେଟରେ ହରାଇଦେଇଛି ଦକ୍ଷିଣ ଆଫ୍ରିକା। ଏହା ସହ ପୁଣି ପାକିସ୍ତାନ ପରାଜିତ ହୋଇ ପରାଜୟ ଧାରା ଜାରି ରଖିଛି। ପାକିସ୍ତାନ ବୋଲରଙ୍କ ସମସ୍ତ କୌଶଳକୁ ବିଫଳ କରି ଶେଷ ୱିକେଟ ଯୋଡ଼ିରେ ଜିତି ଯାଇଥିଲା ଦକ୍ଷିଣ ଆଫ୍ରିକା। ୪୭.୨ ଓଭରଲରେ କେଶବ ମହାରାଜ ମହମ୍ମଦ ନୱଜଙ୍କ ବଲରେ ଚୌକା ମାରି ବିଜୟ ଆଣିଦେଇଥିଲେ। ୪୬.୪ ଓଭରରେ ୨୭୦ ରନ ସ୍କୋର କରି ପାକିସ୍ତାନ ଦ୍ବାରା ଦକ୍ଷିଣ ଆଫ୍ରିକାକୁ ୨୭୧ ରନର ଟାର୍ଗେଟ ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକା ୪୭.୨ ତମ ଓଭରରେ ୯ ୱିକେଟ ହରାଇ ୨୭୧ ରନ ସ୍କୋର ସହ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଆଇଡେନ ମାର୍କରାମ ୯୧ ରନ କରିଥିବାବେଳେ ଡେଭିଡ ମିଲର ୨୯ ରନ ଓ ତେମ୍ବା ବାଭୁମା ୨୮ ରନ କରିଥିଲେ ।

ଆଜି ପାକିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନର ଦୁଇ ଓପନର ଶୀଘ୍ର ଆଉଟ ହୋଇଯିବା ପରେ ବାବର ଆଜମ ଓ ମହମ୍ମଦ ରିଜୱାନ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ। ବାବର ୫୦ ରନ ଓ ରିଜୱାନ ୩୧ ରନ କରି ଏହି ଦୁଇ ବ୍ୟାଟ୍ସମ୍ୟାନ ପାଭିଲିୟନ ଫେରିଯାଇଥିଲେ। ଏହାପରେ ଇଫତିଖାର ଅହମ୍ମଦ ବି ସହଳ ପାଭିଲିୟନ ଫେରିଥିଲେ ଓ ଦଳ ମାତ୍ର ୧୪୧ ରନରେ ୫ଟି ୱିକେଟ ହରାଇଥିଲା। ତେବେ ସାଉଦ ସକିଲ ଓ ସଦାବ ଖାଁ ଲଢୁଆ ବ୍ୟାଟିଂ କରି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ସକିଲ ୫୨ ଓ ସଦାବ ୪୩ରନ କରିଥିଲେ। ୪୬.୪ ଓଭରରେ ପାକିସ୍ତାନ ୨୭୦ ରନ କରି ଅଲଆଉଟ ହୋଇଯାଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ତବରେଜ ସାମସି ୪ଟି ୱିକେଟ ନେଇଥିବାବେଳେ ମାର୍କୋ ଜନସେନ ୩ଟି ୱିକେଟ ଓ ଗେରାଲ୍ଡ କୋଟଜି ୨ଟି ୱିକେଟ ନେଇଥିଲେ।

Show More

Related Articles

Back to top button