ମନୋରଞନମନୋରଞ୍ଜନ

ଆଜି ରଣବୀର- ଦୀପିକାଙ୍କ ପଞ୍ଚମ ବିବାହ ବାର୍ଷିକୀ

ବଲିଉଡର ବେଶ ଜଣାଶୁଣା ଦୀପିକା ଏବଂ ରଣବୀରଙ୍କର ଆଜି ହେଉଛି ପଞ୍ଚମ ମ୍ୟାରେଜ୍ ଆନିଭର୍ସରୀ ।  ଏହି ଦମ୍ପତିଙ୍କ ବିବାହକୁ ପାଞ୍ଚ ବର୍ଷ ପୁରି ଥିବାବେଳେ ବେଶ ହସ ଖୁସିରେ ଜୀବନ କାଟୁଛନ୍ତି ଏହି ଦମ୍ପତ୍ତି । ତେବେ ଏମାନଙ୍କ ବିବାହ ଏକ ରାଜକୀୟ ଶୈଳୀରେ ଅନୁଷ୍ଠିତ ହୋଇଥିଲା । ରୟାଲ ମ୍ୟାରେଜ କରିଥିବା ଏହି ଦମ୍ପତିଙ୍କ ବିବାହରେ କେତେ ଟଙ୍କା ହୋଇଛି? ତାକୁ ନେଇ ଆଜି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୁଏ । ପୋଷାକଠାରୁ ଆରମ୍ଭ କରି ବିବାହ ମଣ୍ଡପ ପର୍ଯ୍ୟନ୍ତ ।  ତେବେ ୨୦୧୮ ନଭେମ୍ବର ୧୪ ତାରିଖରେ ବିବାହ କରିଥିଲେ ଏହି ଷ୍ଟାର ଦମ୍ପତି । ଇଟାଲୀର ଲେକ କୋମାରେ ସେମାନଙ୍କ ବିବାହ ହୋଇଥିଲା । ଏକ ରାଜକୀୟ ଢ଼ଙ୍ଗରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଲେକରେ ଥିବା ୭୬ ରୁମ ବୁକ କରିଥିଲେ । ତେବେ ଗୋଟିଏ ରୁମର ମୂଲ୍ୟ ରାତିକୁ ୩୩ ହଜାର ରହିଥିଲା । ୭୫ ରୁମ ୭ ଦିନ ପାଇଁ ବୁକ୍ କରିଥିଲେ । ଯାହାର ମୂଲ୍ୟ ହେଉଛି ୧ କୋଟି ୭୩ ଲକ୍ଷ୍ୟ ଟଙ୍କା । ଏହାସହ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସମସ୍ତ ଖର୍ଚ୍ଚ ମିଶାଇ ୯୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇଥିବା କୁହାଯାଉଛି । ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ମାତ୍ର ରାଜକୀୟ ଢ଼ଙ୍ଗରେ ବିବାହ କରିଥିବାବେଳେ ବ୍ୟୟବହୁଳ ବିବାହ ବୋଲି ମଧ୍ୟ କୁହା ଯାଇପାରିବ । ଯାହାକି ଗଣମାଧ୍ୟମରେ ମଧ୍ୟ ଖବର ପାଲଟିଥିଲା । ଦୀପିକା ପିନ୍ଧିଥିବା ମଙ୍ଗଳସୂତ୍ରର ଦାମ କେବଳ ୨୦ ଟଙ୍କା ଥିବା କୁହାଯାଉଛି ।

Show More

Related Articles

Back to top button