Breaking PLUSଅପରାଧମୁଖ୍ୟ ଖବର

ପୋଲିସ ବାବୁଙ୍କ ଉପରେ ଟ୍ରାକ୍ଟର ଚଢ଼ାଇଲେ ବାଲି ମାଫିଆ

ଦିନ ଦ୍ୱିପହରେ ଚଢ଼ାଉ କରିବାକୁ ଯାଇଥିବା ପୋଲିସ ଟିମ୍‌କୁ ଟ୍ରାକ୍ଟରରେ ଦଳି ଦେଇଛନ୍ତି। ଫଳରେ ଜଣେ ଥାନା ଅଧିକାରୀ ମୃତ୍ୟୁ ହୋଇଛି। ଏଥିସହ ଜଣେ ହୋମଗାର୍ଡ ଗୁରୁତର ହୋଇଛନ୍ତି। ଏଭଳି କିଛି ଘଟଣା ଘଟିଛି ବିହାରରେ। ବିହାରକୁ ପୁଣି ଫେରିଛି ଜଙ୍ଗଲରାଜ। ଏଠାକାର ଜମୁଇ ଜିଲ୍ଲା ଗରହି ଥାନା ଅଞ୍ଚଳରେ ମଙ୍ଗଳବାର ସକାଳେ ଦ୍ରୁତ ଗତିରେ ଏକ ଟ୍ରାକ୍ଟର ଆସି ପୁଲିସ ଟିମ୍‌କୁ ଦଳି ଦେଇଛି। ଫଳରେ ଗରହି ଥାନା ଅଧିକାରୀ ପ୍ରଭାତ ରଞ୍ଜନଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ମଙ୍ଗଳବାର ପୁଲିସକୁ ବେଆଇନ୍ ରୂପେ ବାଲି ମାଫିଆମାନେ ମୋହାଲିର ତାଣ୍ଡା ନଦୀରୁ ବାଲି ଚାଲାଣ କରୁଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା। ଏହାପରେ ଗରହି ଥାନା ଅଧିକାରୀ ପ୍ରଭାତ ରଞ୍ଜନ ହୋମଗାର୍ଡ ରାଜେଶ କୁମାରଙ୍କ ସହ ବାଇକ୍‌ରେ ଚାଢ଼ାଉ କରିବାକୁ ପହଞ୍ଚିଥିଲେ। ପୋଲିସ୍ ବାବୁଙ୍କ ବାଇକ୍‌ ମହୋଲି ଆରଟାଣ୍ଡ ନିକଟରେ ପହଞ୍ଚିବା ପରେ ବେଆଇନ୍ ରୂପେ ବାଲି ଲଦା ହୋଇଥିବା ଏକ ଟ୍ରାକ୍ଟର ତାଙ୍କ ଆଡକୁ ଦ୍ରୁତଗତିରେ ମାଡି ଆସିଥିଲା। ଥାନା ଅଧିକାରୀ ଟ୍ରାକ୍ଟରକୁ ଅଟକାଇବାକୁ ଚେଷ୍ଟା କରିଥିବା ସତ୍ତ୍ୱେ କିଛି ଶୁଣି ନଥିଲେ ବାଲି ମାଫିଆ। ପୁଲିସ ଟିମ୍‌କୁ ଦଳି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଟ୍ରାକ୍ଟର। ଏହି ଘଟଣାରେ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ଓ ହୋମଗାର୍ଡ ରାଜେଶ କୁମାର ଗୁରୁତର ହୋଇଥିଲେ। ଏହାପରେ ସେମାନଙ୍କୁ ଉଦ୍ଧାର କରି ସଦର ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଥାନା ଅଧିକାରୀଙ୍କ ମୃତ୍ୟୁ ହୋଇଛି। ହୋମଗାର୍ଡଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Show More

Related Articles

Back to top button