ଖେଳ

ଆଜି ମୁହାଁ-ମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ

ଆଜି ବିଶ୍ୱ କପରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ତ ଓ ଅଫଗାନିସ୍ତାନ । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଡ଼ିଫେଣ୍ତି ଚାମ୍ପଅନ୍ ଇଂଲଣ୍ତକୁ ପରାସ୍ତ କରିବା ପରେ ନ୍ୟୁଜିଲାଣ୍ତକୁ ହରାଇବା ନେଇ ଲକ୍ଷ୍ୟ ରଖିଛି ଅଫଗାନିସ୍ତାନ।ସୂଚନା ଅନୁଯାୟୀ, ବିଶ୍ୱ କପରେ ବୁଧବାର ଖେଳାଯିବ ଏହି ୧୬ତମ ଲିଗ୍ ମ୍ୟାଚ୍ । ଏମ୍ଏ ଚିଦାମ୍ବରମ୍ ଷ୍ଟାଡ଼ିୟମରେ ଦେଖିବାକୁ ମିଳିବ ନ୍ୟୁଜିଲାଣ୍ତ ଓ ଅଫଗାନିସ୍ତାନ ଲଢେଇ । ଚଳିତ ବର୍ଷ ବିଶ୍ୱ କପରେ ନ୍ୟୁଜିଲାଣ୍ତ ତିନିଟି ମ୍ୟାଚ୍ ଖେଳିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଦଳ ଅପରାଜେୟ ରହି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଅଫଗାନିସ୍ତାନ ସହ ମ୍ୟାଚ୍ ପୂର୍ବରୁ ଅଧିନାୟକ କେନ୍ ୱିଲିୟମସନ୍ ଆହତ ହେବା ଦଳ ପାଇଁ ସମସ୍ୟା ବଢାଇଛି । ବାଂଲାଦେଶ ବିପକ୍ଷ ମ୍ୟାଚ୍ ବେଳେ ୱିଲିୟମସନ୍ ସିଙ୍ଗଲ୍ସ ନେବା ବେଳେ ବଲ ତାଙ୍କ ବାମ ହାତ ଆଙ୍ଗୁଳିରେ ବାଜିଥିଲା । ଆଙ୍ଗୁଳିର ହାଡ଼ ଭାଙ୍ଗି ଯିବାରୁ ଖେଳାଳି ଏକାଧିକ ମ୍ୟାଚରୁ ବାଦ ପଡ଼ିବା ନିଶ୍ଚିତ ହୋଇଛି । ସେପଟେ ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ବାଂଲାଦେଶ ଓ ଦ୍ୱିତୀୟରେ ଭାରତଠାରୁ ପରାସ୍ତ ହୋଇଥିଲା । ତେବେ ଗତ ୧୫ ତାରିଖ ଦିନ କୋଟଲା ଷ୍ଟାଡ଼ିୟମରେ ଆଫଗାନିସ୍ତାନ ସ୍ପିନରଙ୍କ ଧୁଆଁଧାର ବୋଲିଂ ବଳରେ ଶକ୍ତିଶାଳୀ ଇଂଲଣ୍ତକୁ  ୬୯ ରନରେ ହରାଇ ଦଳ ବିଶ୍ୱ କପରେ ବଡ଼ ବିପର୍ଯ୍ୟୟ ରଚିଥିଲା । ତେବେ ଦଳକୁ ଏହି ବଡ଼ ବିଜୟର ଭେଟି ଦେଇଥିଲେ ସ୍ପିନର ରସିଦ୍ ଖାନ ଓ ମୁଜିବ ଉର-ରେହମାନ । ଏଥିସହ ଦଳର ଓପନର ରହମନୁଲ୍ଲା ଗୁରବାଜ ଫର୍ମକୁ ଫେରିଥିବା ବେଳେ ମିଡ଼ିଲ ଅର୍ଡ଼ର ବ୍ୟାଟର ଇକ୍ରାମ ଅଲିଖିଲଙ୍କ ବ୍ୟାଟିଂ ପ୍ରଶଂସନୀୟ ରହିଛି । ତେବେ ଆଜି ମଧ୍ୟ ମ୍ୟାଚ୍ ଜିତିବା ନେଇ ଲକ୍ଷ୍ୟ ରଖିଛି ଅଫଗାନିସ୍ତାନ ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଏକାଦଶ: ଡେଭନ୍ କନୱେ, ରାଚିନ ରବୀନ୍ଦ୍ର, ମିଚେଲ ସାଣ୍ଟନର, ଡାରେଲ ମିଚେଲ, ଏମ୍‌ଏସ୍‌ ଚାପମ୍ୟାନ, ଟମ ଲଥାମ, ଗ୍ଲେନ ଫିଲିପ୍ସ, ଲୋକି ଫର୍ଗ୍ୟୁସନ, ମ୍ୟାଟ ହେନରି, ଟ୍ରେଣ୍ଟ ବୋଲ୍ଟ, ଈଶ ସୋଢ଼ୀ।

ସମ୍ଭାବ୍ୟ ଆଫଗାନିସ୍ତାନ ଏକାଦଶ: ରହମନୁଲ୍ଲା ଗୁରବାଜ, ଇବ୍ରାହିମ ଜଦ୍ରାନ, ରହମତ ଶାହ, ହସମାତୁଲ୍ଲା ସାହିଦି, ଅଜମାତୁଲ୍ଲା ଓମରଜାଇ, ମହମ୍ମଦ ନବି, ନଜିବୁଲ୍ଲା ଜଦ୍ରାନ, ମୁଜୀବ ଉର ରେହମାନ, ରସିଦ ଖାନ, ଫଜଲହକ ଫାରୁକୀ, ନବୀନ ଉଲ ହକ।

Show More

Related Articles

Back to top button