ଜୀବନଚର୍ଯ୍ୟା

ରୁଦ୍ରାକ୍ଷ ପିନ୍ଧିବା ଦ୍ୱାରା କେଉଁ ଲାଭ ମିଳେ ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବିଶେଷ ମହତ୍ୱ ରହିଛି। ଏହାର ଉତ୍ପତ୍ତି ଭଗବାନ ଶିବଙ୍କ ଲୁହରୁ ହୋଇଛି ବୋଲି ବିଶ୍ୱାସ କରାଯାଏ। ରୁଦ୍ରାକ୍ଷ ଧାରଣ କରିବା ଦ୍ୱାରା କଷ୍ଟର ନାଶ ହୋଇଥାଏ। ଶାସ୍ତ୍ରରେ ରୁଦ୍ରାକ୍ଷ ପିନ୍ଧିବାର ବିଶେଷ ନିୟମ ମଧ୍ୟ ରହିଛି।ସେହିପରି ଜଣେ ବ୍ୟକ୍ତି ରୁଦ୍ରାକ୍ଷ ପିନ୍ଧିଲେ ଅନେକ ପ୍ରକାରର ଲାଭ ପାଇଥାଏ। ଶାସ୍ତ୍ର ଅନୁଯାୟୀ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ଅର୍ଥଗତ ଅଭାବ ରହେନାହିଁ। ଯଦି ବିଜ୍ଞାନ ଦୃଷ୍ଟିକୋଣରୁ ଆମେ ଦେଖିବା ତେବେ ରୁଦ୍ରାକ୍ଷ ପରିଧାନ ଦ୍ଵାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ତେଣୁ ପ୍ରତ୍ୟେକ ବ୍ୟକ୍ତି ରୁଦ୍ରାକ୍ଷ ପରିଧାନ କରିବା ଉଚିତ୍। ଏହା କେବଳ ଅର୍ଥ ସଞ୍ଚୟରେ ସହଯୋଗ କରେନି ବରଂ ଅନେକ ରୋଗରୁ ମୁକ୍ତି ଦେଇଥାଏ।

ଆସନ୍ତୁ ଜାଣିବା ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା କେଉଁ ସବୁ ଲାଭ ମିଳେ-

୧. ବିଶ୍ଵାସ କରାଯାଏ ଯେ ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ମିଳିଥାଏ।

୨. ଏହାକୁ ପିନ୍ଧିବା ଦ୍ୱାରା ମଣିଷ ମାନସିକ ଶାନ୍ତି ପାଇଥାଏ। ଏହାସହିତ ସମସ୍ତ କ୍ଷେତ୍ରରେ ସେ ସଫଳତା ମଧ୍ୟ ପାଇଥାଏ।

୩ . ଏହାକୁ ପିନ୍ଧିଥିବା ବ୍ୟକ୍ତି ମହାଲକ୍ଷ୍ମୀଙ୍କ ଆର୍ଶୀବାଦ ଅଧିକାରୀ ହୋଇଥାଏ । ରୁଦ୍ରାକ୍ଷ ଧାରଣ କରିଥିବା ବ୍ୟକ୍ତି ଜୀବନର ସମସ୍ତ ସୁଖ ସ୍ୱାଚ୍ଛନ୍ଦ୍ୟ ପ୍ରାପ୍ତ ହୋଇଥାଏ ।

୪. ଯଦି ଆପଣ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଛନ୍ତି ତେବେ ରୁଦ୍ରାକ୍ଷ ପିନ୍ଧନ୍ତୁ। ଏହାକୁ ଧାରଣ କଲେ ଆପଣଙ୍କ ଅର୍ଥର ଅଭାବ ରହିବ ନାହିଁ।

୫. ରୁଦ୍ରାକ୍ଷ ପିନ୍ଧିବା ଦ୍ଵାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ବ୍ୟକ୍ତି ଭାଗ୍ୟଶାଳୀ ହୁଅନ୍ତି। ଆଉ ଭଗବାନ ଶିବଙ୍କ ଆଶୀର୍ବାଦନ ସବୁବେଳେ ଆମେ ଉପରେ ରହିଥାଏ।

୬. ବୈଜ୍ଞାନିକ ପରୀକ୍ଷାରେ ଏହା ପ୍ରମାଣିତ ହୋଇଛି ଯେ ହୃଦୟ ରୋଗୀମାନଙ୍କ ରୁଦ୍ରାକ୍ଷ ପିନ୍ଧିବା ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ଦ୍ଵାରା ଶରୀରର ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ ।

୭. ତେବେ ରୁଦ୍ରାକ୍ଷକୁ ସବୁବେଳେ ଗଳାରେ କିମ୍ବା ହାତ ମଣିବନ୍ଧରେ ପିନ୍ଧିବା ଉଚିତ ।

୮. ଯଦି ହାତରେ ପିନ୍ଧୁଛନ୍ତି ତେବେ ୧୨ ମୁଖୀ ରୁଦ୍ରାକ୍ଷ ଏବଂ ଯଦି ଗଳାରେ ପିନ୍ଧୁଛନ୍ତି ତେବେ ୩୬ଟି ରୁଦ୍ରାକ୍ଷ ଥିବା ମାଳା ପିନ୍ଧିଲେ ଭଲ।

ରୁଦ୍ରାକ୍ଷ ପିନ୍ଧିବାର ନିୟମ…

୧. ରୁଦ୍ରାକ୍ଷ ଧାରଣ କରିବା ସମୟରେ ଅସାବଧାନତା ମହଙ୍ଗା ପଡ଼ିପାରେ। ରୁଦ୍ରାକ୍ଷ ପିନ୍ଧିବାର ଏହି ଭୁଲ ଦେବଙ୍କ ଦେବ ମହାଦେବଙ୍କୁ କ୍ରୋଧିତ କରିପାରେ।

୨. ସୋମବାର ଭଗବାନ ଶିବଙ୍କୁ ସମର୍ପିତ। ଏମିତିରେ ରୁଦ୍ରାକ୍ଷ ଧାରଣ କରିବା ପାଇଁ ସୋମବାର ଉତ୍ତମ ଦିନ।

୩. ଶାସ୍ତ୍ରରେ କୁହାଯାଇଛି ଯେ ରୁଦ୍ରାକ୍ଷ ସିଧା କିଣିକି ପିନ୍ଧିବା ଉଚିତ୍ ନୁହେଁ। ଏହାକୁ ବଜାରରୁ କିଣିବା ପରେ ମାଳକୁ ନାଲି ରଙ୍ଗର ଏକ କପଡ଼ାରେ ବାନ୍ଧିବା ଦ୍ବାରା ଆପଣଙ୍କ ଦୁଃଖ ଦୂରେଇ ଯାଏ।

୪. ରୁଦ୍ରାକ୍ଷ ପିନ୍ଧିବା ପୂର୍ବରୁ ଶିବ ମନ୍ଦିରରେ ପୂଜା କରନ୍ତୁ। ଏହାପରେ ଓମ୍ ନମଃ: ଶିବାୟ ମନ୍ତ୍ର ଜପ କରନ୍ତୁ।

୫. ହାତରେ ଅଳ୍ପ ଗଙ୍ଗାଜଳ ନେଇ ରୁଦ୍ରାକ୍ଷ ମାଳକୁ ପ୍ରଥମେ ଧୋଇ ଦିଅନ୍ତୁ। ତାପରେ ଏହାକୁ ଧାରଣ କରନ୍ତୁ।

Show More

Related Articles

Back to top button