ଦେଶ ବିଦେଶ

ଜେନେରିକ ବଦଳରେ ବ୍ରାଣ୍ଡେଡ୍ ଔଷଧ ଲେଖିଲେ ଡାକ୍ତରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଡାକ୍ତରଖାନାରେ ଜେନେରିକ୍ ଔଷଧ ଲେଖିବା ବଦଳରେ ରୋଗୀଙ୍କୁ ଦାମିକିଆ ଔଷଧ ଲେଖୁଛନ୍ତି ଡାକ୍ତର। ଔଷଧରେ ବ୍ରାଣ୍ଡର ନାଁ ବି ଉଲ୍ଲେଖ ରହୁଛୁି। ଫଳରେ ରୋଗୀ ଔଷଧ କିଣି ଅଧିକ ଖର୍ଚ୍ଚାନ୍ତ ହେଉଛି।

ଏଥିପାଇଁ ବାରମ୍ବାର ଅଭିଯୋଗ ହେବା ପରେ ଏବେ ଚେତିଛନ୍ତି ସରକାର। ଏଥିପାଇଁ ଡାକ୍ତରମାନଙ୍କୁ ସତର୍କ କରାଇ ଦେଇଛନ୍ତି ସରକାର। ବ୍ରାଣ୍ଡେଡ୍ ଔଷଧ ନ ଲେଖି କେବଳ ଜେନରିକ ଔଷଧ ଲେଖିବାକୁ ଡାକ୍ତରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏନେଇ ରାଜ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ବିଭାଗ ଡାକ୍ତରମାନଙ୍କ ପାଇଁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଡାକ୍ତରମାନେ ଔଷଧର ବ୍ରାଣ୍ଡ ନାଁ ନ ଲେଖିବାକୁ ଏଥିରେ ନିର୍ଦ୍ଦେଶ ରହିଛି।

ତେବେ ବ୍ରାଣ୍ଡ ନାଁ ଲେଖିବା ବଦଳରେ ଔଷଧର ସଲ୍ଟ ଓ କେମିକଲ କମ୍ପୋଜିସନ ଲେଖିପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ମଙ୍ଗଳବାର ଏନେଇ ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ କିମ୍ବା ଅନୁଦାନ ପ୍ରାପ୍ତ ଡାକ୍ତରଖାନାରେ ଯଦି କୌଣସି ଡାକ୍ତର ଜେନରିକ ବଦଳରେ ବ୍ରାଣ୍ଡେଡ୍ ଔଷଧ ଲେଖୁଛନ୍ତି ତେବେ ମାମଲାକୁ ଗୁରୁତର ସହ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button