ଓଡ଼ିଆ ଗଳ୍ପସ୍ୱତନ୍ତ୍ର

କହ ଜଗନ୍ନାଥ ମୁଁ କାହାର?

ସରିଲାଣି ବେଳ,ଡାକିଲାଣି କାଳ
କେତେ ଦିନ ଆଉ ରହିଲା ବାକି
କହିବୁକି ଥରେ ଆଜି ଏ ଜୀବନେ
ହେଲି ମୁଁ କାହାର,ଏକା ତୁ ସାକ୍ଷୀ ,

ସଂଶାର ବୋଝକୁ କାନ୍ଧେ ବୋହୁଥିଲି
ଆଜି ଲାଗୁଚି ମୁଁ ହେଲାଣି ବୋଝ
ସଭିଙ୍କ ଅଳିକୁ ପୁରଣ କରିଲି
ନବୁଝନ୍ତି କେହି ମୋ ଅଳି ଆଜ ?

ସଭିଙ୍କୁ ଖୁସି ମୋ ବାଣ୍ଟିବାରେ ଗଲା
ନିଜର ଦୁଃଖକୁ ଛାତିରେ ଚାପି
ନପାରିଲେ ଯାଣି ମୋ ଦୁଃଖ କଷ୍ଟକୁ
ଯାଣିଲିନି ସୁଖ ଜୀବନ ବ୍ୟାପି,

ବାଟ ଦେଖାଇଲି ସଭିଙ୍କୁ ଜୀବନେ
ନିଜ ବାଟ ଏବେ ଉଣ୍ଡାଳି ହୁଏ
କାହିଁ ମୋର ବାଟ, କାହିଁ ମୋ ଠିକଣା
ଭାବି,ଭାବି ଏବେ ଦିନ ମୋ ଯାଏ,

ଧନ ସଞ୍ଚି ଥିଲି ପ୍ରାସାଦ ବି କଲି
ବାରଦ୍ବାର ବୁଲେ,ନକରି ଭୋଗ
ମୁଣ୍ଡ ଗୁଞ୍ଜିବାକୁ ଯାଗା ବି ନମିଳେ
ଦେହେ ଚରିଯାଏ କେତେଯେ ରୋଗ,

ସୁଖର ସାଥି ଏ ବନ୍ଧୁ ପରିଜନ
ନଦିଅନ୍ତି ଦେଖା ଆଉ ଏ କାଳେ
କାଳେ ବୋଝ ହେବି,କିଛି ମୁଁ ମାଗିବି
ଦୂରେଇ ଯାଆନ୍ତି ମୋ ଦୁଃଖ ବେଳ,

କରିଲି ଭରଷା ତତେ ଜଗନ୍ନାଥ
ଶରଣ ନେଲି ବଡଦାଣ୍ଡରେ ତୋର
ବାକି ଜୀବନ ମୋ,ତୋ ଚରଣ ତଳେ
ମୋ ଶେଷ ଠିକଣା ତୋ ସ୍ବର୍ଗଦ୍ବାର,,।।।

।।ପ୍ରଶାନ୍ତ ପତି।।ଜଗତସିଂହପୁର।

Show More

Related Articles

Back to top button