ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି , ବ୍ୟବହାର କରନ୍ତୁ କରି ପତ୍ର

ଆଜିକାଲି ଯୁବପିଢୀମାନଙ୍କ ବଡ ସମସ୍ୟା ହେଉଛି ଓଜନ ବୃଦ୍ଧି । ଏଥିପାଇଁ ସେମାନେ ଭିନ୍ନ ଭିନ୍ନ ଡାଏଟ ପ୍ଲାନ ଆପଣେଇଥାନ୍ତି । କେତେକ ଯୋଗ, ଜିମ୍‌ ଓ କେତେ ପ୍ରକାର ବ୍ୟାୟାମ ଦ୍ୱାରା ମଧ୍ୟ ଓଜନ ହ୍ରାସ କରନ୍ତି । ତେବେ ଏହା ବ୍ୟାତୀତ କିଛି ଘରୋଇ ଉପଚାର ରହିଛି ଯାହାକୁ ଖାଇଲେ ଆପଣଙ୍କ ମୋଟାପା କମ ହୋଇପାରିବ । ଏପରି ଏକ ଉପଚାର ହେଉଛି କରି ପତ୍ର ଅଥବା ଭୁର୍ସୁଙ୍ଗ ପତ୍ର । ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ କରି ପତା ।

ତେବେ ଆସନ୍ତୁ ଦେଖିବା କରି ପତାକୁ ଖାଦ୍ୟରେ କିପରି ସାମିଲ କରିବା ।

୧.ଘରେ ପ୍ରସ୍ତୁତ କରୁଥିବା ତରକାରୀ ଓ ଚଟଣୀରେ କରି ପତ୍ର ଅଧିକ ବ୍ୟବହାର କରନ୍ତୁ । ଏହା ମୋଟାପଣ କମ କରିବାରେ ସହାୟକ ହେବ ।

୨. ସେହିପରି ଓଜନ ହ୍ରାସ କରିବା ପାଇଁ ଆପଣ ସକାଳେ ଗରମ ପାଣି ସହିତ ୫-୬ କରି ପତା ଚୋବାଇ ଖାଇପାରିବେ । ଏହାପରେ ଗରମ ପାଣି ପିଇବେ । କିଛି ଦିନ ମଧ୍ୟରେ ଆପଣଙ୍କ ଓଜନ ହ୍ରାସ ହେବା ଲକ୍ଷ୍ୟ କରିବେ ।

୩. ଖାଲି ପେଟରେ କରି ପତ୍ରର ଜୁସ ପିଇବା ଦ୍ୱାରା ମଧ୍ୟ ଓଜନ ଖୁବ ଶୀଘ୍ର କମିଥାଏ ।

୪. କରି ପତ୍ରରେ କ୍ୟାଲସିୟମ, ଆଇରନ,ପ୍ରୋଟିନ, ଭିଟାମିନ ଏ, ଭିଟାମିନ ସି,ଭିଟାମିନ ବି୧ ଓ ବି୨ ଥାଏ । ଏଥିରେ ଭରପୁର ଆଣ୍ଟି ଅକ୍ସିଡାଣ୍ଟ ମିଳିଥାଏ । ଏହା ଆପଣଙ୍କ ଚର୍ମ ଓ ବାଳକୁ ସୁସ୍ଥ ରଖିଥାଏ ।

୫. ଗୋଟିଏ ମାସ ଲଗାତାର ଭାବେ ଆପଣ ଏହି ଉପାୟ ଆପଣାନ୍ତୁ  , ଦେଖିବେ ଓଜନ ନିଶ୍ଚୟ ହ୍ରାସ ପାଇବ ।

Show More

Related Articles

Back to top button