Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଦେଶରେ ୪୨ ପ୍ରତିଶତ ଲୋକେ ଆର୍ଥିକ ଠକାମୀର ଶିକାର

୭୪ ପ୍ରତିଶତ ଲୋକେ ଫେରି ପାଇନାହାନ୍ତି ଟଙ୍କା, ସର୍ଭେରେ ଖୁଲାସା

ଦେଶ ଏବଂ ଦୁନିଆ ଡିଜିଟାଲକରଣ ଦିଗରେ ଆଗକୁ ବଢୁଛି । ଲୋକେ ଏଥିରୁ ସୁବିଧା ପାଇବା ସହ ଆର୍ଥିକ ଠକାମୀର ଶିକାର ମଧ୍ୟ ହେଉଛନ୍ତି । ଏହିପରି ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗତ ତିନି ବର୍ଷରେ ୪୨ ପ୍ରତିଶତ ଗ୍ରାହକ କୌଣସି ନାଁ କୌଣସି ପ୍ରକାରେ ଆର୍ଥିକ ଠକାମୀର ଶିକାର ହୋଇଛନ୍ତି । ତେବେ ଏଥିରୁ ୭୪ ପ୍ରତିଶତ ମାମଲାରେ ଟଙ୍କା ଫେରସ୍ତ ହୋଇପାରି ନାହିଁ । ଲୋକଲ ସର୍କିଲ୍ସ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ତଥ୍ୟ ସାମନାକୁ ଆସିଛି । ଏଥିରେ ଲୋକଙ୍କୁ ପ୍ରଶ୍ନ କରାଯାଇ ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କ ସହ ଗତ ତିନି ବର୍ଷରେ କୌଣସି ଆର୍ଥିକ ଠକାମୀ ଶିକାର ହୋଇଛନ୍ତି ବୋଲି ପଚରାଯାଇଥିଲା । ଏହାସହ ପରେ ଠକାମୀ ଟଙ୍କା ଫେରି ପାଇଛନ୍ତି ନାଁ ନାହିଁ ସେନେଇ ମଧ୍ୟ ପ୍ରଶ୍ନ କରାଯାଇଥିଲା । ଏହାର ଜବାବରେ ୩୮ ପ୍ରତିଶତ ଲୋକେ କହିଥିଲେ ତାଙ୍କ ପରିବାରର ସଦସ୍ୟ କୌଣସି ନାଁ କୌଣସି ପ୍ରକାରେ ଏହାର ଶିକାର ହୋଇଛନ୍ତି ।

ସର୍ଭେର ୧୦ ପ୍ରତିଶତ ଲୋକେ କହିଥିଲେ, ଠକାମୀ ପରେ ସେମାନେ ଅଭିଯୋଗ କରିଥଇଲେ । ଏହାପରେ ସେମାନେ ନିଜର ଟଙ୍କା ଫେରସ୍ତ ପାଇଥିଲେ। ଅନ୍ୟପଟେ ୭୪ ପ୍ରତିଶତ ଲୋକେ କୌଣିସ ସମାଧାନ ମିଳି ନଥିବା ସେ କହିଛନ୍ତି । ଅନ୍ୟପଟେ ୩୬ ପ୍ରତିଶତ ଲୋକେ କହିଥିଲେ, ତାଙ୍କ ମାମଲା ଏବେ ବି ପଡି ରହିଛି । ଅନ୍ୟପଟେ ୧୯ ପ୍ରତିଶତ ଲୋକେ କିପରି ଟଙ୍କା ଫେରି ପାରିବେ ସେନେଇ ଜାଣିନାହାନ୍ତି । ସେହିପରି ୧୯ ପ୍ରତିଶତ ଲୋକେ ନିଜ ସହ ହୋଇଥିବା ଠକାମୀ ବାବଦରେ କୌଣସି ଅଭିଯୋଗ କରିନାହାନ୍ତି । ଲୋକଲ ସର୍କିଲ୍ସ ଏହି ସର୍ଭରେ ମୋଟ ୩୨ ହଜାର ଲୋକଙ୍କ ମତାମତ ନେଇଥିଲା । ଏଥିରେ ୩୦୧ଟି ଜିଲ୍ଲା ସାମିଲ ଥିଲା । ସର୍ଭେରେ ୪୩ ପ୍ରତିଶତ ପ୍ରଥମ ଶ୍ରେଣୀ ସହର ଏବଂ ୨୭ ପ୍ରତିଶତ ଦ୍ୱିତୀୟ ଶ୍ରେଣୀ ସହରରେ ଥିଲେ । ଏଥିରେ ୬୨ ପ୍ରତିଶତ ପୁରୁଷ ଏବଂ ୩୮ ପ୍ରତିଶତ ମହିଳା ସାମିଲ ଥିଲେ।

Show More

Related Articles

Back to top button