ଦେଶ ବିଦେଶମୁଖ୍ୟ ଖବର

ମୁଁ ନରେନ୍ଦ୍ର ମୋଦୀଙ୍କୁ ଡରେନି, ଯାହା କରିବା କଥା ସେମାନେ କରନ୍ତୁ

ଆମକୁ କିଛି ଫରକ ପଡେନି’

ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡରେ ନାହିଁ ଏବଂ ଦେଶର ସୁରକ୍ଷା ପାଇଁ ନିଜର କାମ ଜାରି ରଖିବି। ରବିବାର ଏମିତି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡ୍ରିଂ ମାମଲାରେ ନ୍ୟାସନାଲ ହେରାଲ୍ଡ ଅଫିସର କିଛି ଅଂଶ ସିଲ୍ କରିବା ପରେ ରାହୁଲ ଗାନ୍ଧୀଙ୍କ ଏହି ବୟାନ ସାମ୍ନାକୁ ଆସିଛି। ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ରାହୁଲ କହିଛନ୍ତି, ସେମାନେ କରିବା କଥା କରନ୍ତୁ। ମୁଁ ଡରେ ନାହିଁ। ଦେଶ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ କାମ କରି ଆସିଛୁ ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ରାହୁଲ ଗାନ୍ଧୀ ଟୁଇଟ୍ କରିଛନ୍ତି, ସତ୍ୟକୁ ବ୍ୟାରିକେଡ୍ କରାଯାଇ ପାରିବ ନାହିଁ। ଯାହା କରିବା କଥା କରନ୍ତୁ, ମୁଁ ପ୍ରଧାନମନ୍ତ୍ରୀଙ୍କୁ ଡରେ ନାହିଁ। ମୁଁ ସର୍ବଦା ଦେଶର ହିତ ପାଇଁ କାମ କରୁଛି। ମୋ କଥା ଶୁଣି ନିଅନ୍ତୁ ଏବଂ ବୁଝି ନିଅନ୍ତୁ ମୋଦୀ ସରକାର।

ଏହା ପୂର୍ବରୁ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ରାହୁଲ କହିଛନ୍ତି, ଏହା ଆମକୁ ଧମକାଇବାକୁ ପ୍ରୟାସ କରାଯାଉଛି। ସେମାନେ ଭାବୁଛନ୍ତି ଯେ, କିଛି ଚାପ ପକାଇ ଆମକୁ ଚୁପ୍ କରି ଦେବେ। ମାତ୍ର ଆମେ ଚୁପ୍ ହୋଇ ବସିବୁ ନାହିଁ। ନରେନ୍ଦ୍ର ମୋଦୀ, ଅମିତ୍ ଶାହ ଏହି ଦେଶର ଗଣତନ୍ତ୍ର ବିରୋଧରେ ଯାହା କରୁଛନ୍ତି ଏହା ବିରୁଦ୍ଧରେ ଆମେ ଛିଡା ହୋଇ ରହିଛୁ। ସେମାନେ ଯାହା କିଛି କଲେବି ଆମ ଉପରେ କିଛି ଫରକ ପଡେନି ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ବିଜେପିର ଏକ ଅଭିଯୋଗ ସଂଦର୍ଭରେ କଂଗ୍ରେସ କହିଛି, ପଳାୟନ କରିବାର କଥା କିଏ କହୁଛି। ଆମେ ଡରିବା ଲୋକ ନୁହେଁ। ଆମେ ନରେନ୍ଦ୍ର ମୋଦୀଙ୍କୁ ଡରୁନୁ। ଯାହା କରିବା କଥା କରନ୍ତୁ। ମୋର କାମ ଦେଶର ରକ୍ଷା କରିବା, ଗଣତନ୍ତ୍ରର ରକ୍ଷା କରିବା, ଦେଶର ସଦ୍ଭାବ କାଏମ ରଖିବା ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Show More

Related Articles

Back to top button