Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଜନ୍ମଦିନ, ବିଭିନ୍ନ ମହଲରୁ ଧାମୀଙ୍କୁ ଶୁଭେଚ୍ଛା

ଡେରାଡୁନ: ଆଜି ହେଉଛି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଜନ୍ମଦିନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଉତ୍ତରାଖଣ୍ଡର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି । ଯୁବପୀଢିଙ୍କ ଆକାଂକ୍ଷା ଉପରେ ଧ୍ୟାନ ଦେଇ ମୁଖ୍ୟମନ୍ତ୍ରୀ ଅନେକ ବିକାଶମୂଳକ କାର୍ଯ୍ୟ କରୁଛନ୍ତି । ଧାମୀଙ୍କ ଲମ୍ବା ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଆପଣଙ୍କ ମାର୍ଗଦର୍ଶନରେ ଆମେ ଉତ୍ତରାଖଣ୍ଡକୁ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ କରିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ । ଉତ୍ତରାଖଣ୍ଡ ପ୍ରତି ଆପଣଙ୍କର ବିଶେଷ ଆକର୍ଷଣ ଏବଂ ଚାଲେଞ୍ଜକୁ ସାମ୍ନା କରିବା ପାଇଁ ଆପଣଙ୍କ ସାନିଧ୍ୟ ମୋତେ ସର୍ବଦା ସଶକ୍ତ ଉତ୍ତରାଖଣ୍ଡ ଲକ୍ଷ୍ୟକୁ ପାଇବା ଦିଗରେ ନୂଆ ଉର୍ଜା ସ ପ୍ରେଣା ପ୍ରଦାନ କରିଥାଏ ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ଧାମୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଦେବଭୂମିର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆପଣ ଏଭଳି ନିରନ୍ତର ସମର୍ପିତ ଭାବରେ କାର୍ଯ୍ୟ କରୁଥାନ୍ତୁ । ଭଗବାନଙ୍କ ନିକଟରେ ଧାମୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରିଛନ୍ତି ଶାହ ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଧାମୀଙ୍କୁ କର୍ମଠ ରାଜନେତା, କୁଶଳ ବକ୍ତା କହିବା ସହ ବାବା କେଦାରନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।

Show More

Related Articles

Back to top button