Breaking PLUSଦେଶମୁଖ୍ୟ ଖବର

ଲକ୍ଷ୍ନୌର ପୁରୁଣା ରେଲୱେ କଲୋନୀରେ ଭୁଶୁଡିଲା କୋଠା, 5 ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଆଳମବାଗ ସ୍ଥିତ ପୁରୁଣା ରେଲୱେ କଲୋନୀରେ ଭୁଶୁଡିଲା ଘର । ଶନିବାର ଦିନ ଘଟିଥିବା ଏହି ଅଘଟଣ ଯୋଗୁ ତିନି ଜଣ ଛୁଆଙ୍କ ସମେତ 5ଜଣଙ୍କର ମୃତ୍ୟୁ ହୋଇଛି । ଅଘଟଣ ନେଇ ଖବର ପାଇବା ପରେ ଏନଡିଆରଏଫ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଅନ୍ୟପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ । ପୀଡିତମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ସେ ଅଧିକାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଉତ୍ତର ରେଲୱେ ଲକ୍ଷ୍ନୌ ମଣ୍ଡଳର ଫତେହ ଅଲ୍ଲୀ ରେଲୱେ କଲୋନୀରେ ପ୍ରାୟ 2ଶହ ପରିବାର ରୁହନ୍ତି । କଲୋନୀର ଅଧିକାଂଶ ଘର ଦୁର୍ବଳ ହୋଇଯାଇଥିବାରୁ ଆହୁରି ଘର ଭୁଶୁଡିବାର ବାଙ୍କା ରହିଛି । ଲୋକେ ନିଜର ଜୀବନକୁ ବାଜି ଲଗାଇ ଏଭଳି ବିପଦସଙ୍କୁଳ ଘରେ ରହୁଛନ୍ତି ।

Show More

Related Articles

Back to top button