Breaking PLUSଓଡ଼ିଶାମୁଖ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ, ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ୮୦ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ଦିନର ଶାରୀରିକ ଅସୁସ୍ଥତା ପରେ ଗତକାଲି ନିଜ ଦିଲ୍ଲୀ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗୀତା ମେହଟ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ମାତ୍ର ଝିଅ ଥିଲେ। ୧୯୪୩ ମସିହାରେ ଜନ୍ମ ଗ୍ରହଣ କରିଥିବା ଗୀତା ମେହଟ୍ଟା ସୁପ୍ରସିଦ୍ଧ ଆମେରିକୀୟ ପ୍ରକାଶକ ସୋନି ମେହଟ୍ଟାଙ୍କୁ ବିବାହ କରିଥିଲେ। ୨୦୧୯ରେ ସୋନି ମେହଟ୍ଟାଙ୍କ ପରଲୋକ ଘଟିଥିଲା। ସେ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ। ବିଶେଷ ଭାବେ ଯୁଦ୍ଧ କ୍ଷେତ୍ରରେ ସାମ୍ବାଦିକତା ପାଇଁ ସେ ପ୍ରସିଦ୍ଧି ଲାଭ କରିଥିଲେ।

Show More

Related Articles

Back to top button