Breaking PLUSଦେଶମୁଖ୍ୟ ଖବର

ଉଜ୍ଜୟିନୀରେ ଓଲଟିଲା ଯାତ୍ରୀବାହୀ ବସ୍, 3 ମୃତ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଖାଚରୌଦର ଫର୍ନାଖେଡି ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍ । ବସ୍‌ଟି ଇନ୍ଦୋରରୁ ଯୋଧପୁର ଯାଉଥିବା ବେଳେ ଶୁକ୍ରବାର ମଧ୍ୟରାତ୍ରିରେ ଭାରସାମ୍ୟ ହରାଇ ଓଲଟିପଡିଛି । ଦୁର୍ଘଟଣାରେ କଣ୍ଡକ୍ଟର ସମେତ 3ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ 8ଜଣ ଆହତ ହୋଇଛନ୍ତି । ପ୍ରବଳ ବର୍ଷା ଓ ଅନ୍ଧାର ଯୋଗୁ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇ ଦିଆଯାଇଛି । ତେବେ ଉଦ୍ଧାର ପାଇଁ ବେଶ୍ ସମସ୍ୟା ଦେଖାଯାଇଥିଲା । ବସ୍ ତଳେ ଜଣେ ବ୍ୟକ୍ତି ଚାପି ହୋଇଯାଇଥିବାରୁ କ୍ରେନରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।
ସୂଚନା ମୁତାବକ, ଉଜ୍ଜୟିନୀ ଜିଲ୍ଲାର ଖାଚରୋଦରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ବଡ ଦୁର୍ଘଟଣା ଘଟିଥିଲା । ବର୍ଷା ଯୋଗୁ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ପ୍ରାୟ 40ଜଣ ଯାତ୍ରୀ ଥିଲେ ।

Show More

Related Articles

Back to top button