ଦେଶ ବିଦେଶବାଣିଜ୍ୟ

UPI Payment Charges: ୟୁପିଆଇ ପେମେଣ୍ଟ ସର୍ଭିସରେ ଲାଗୁ ହେବ କି ଚାର୍ଜ ?

ଜାଣନ୍ତୁ ଅର୍ଥ ମନ୍ତ୍ରଣାଳୟ କ’ଣ ରଖିଲା ପ୍ରତିକ୍ରିୟା…

UPI ପେମେଣ୍ଟ ସିଷ୍ଟମ ଉପରେ ଆରବିଆଇ ସମୀକ୍ଷା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ କୁହାଯାଇଥିଲା ଯେ ଆରବିଆଇ ୟୁପିଆଇ ପେମେଣ୍ଟ ଉପରେ ଏମଡିଆର ଚାର୍ଜ ଅର୍ଥାତ ମର୍ଚଣ୍ଟ ଡିସକାଉଣ୍ଟ ରେଟ୍ ଲାଗୁ କରିବା ଉପରେ ବିଚାର କରାଯାଉଛି । ଏବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହା ଉପରେ ଏକ ବୟାନ ଜାରି କରାଯାଇଛି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ୟୁପିଆଇ ଏପରି ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ଲୋକଙ୍କ ପାଇଁ ଅତ୍ୟଧିକ ସୁବିଧାଜନକ ଏବଂ ଅର୍ଥବ୍ୟବସ୍ଥାରେ ଏହାର ବଡ଼ ଯୋଗାଦାନ ରହିଛି ।

ସରକାର ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରକାର ଚାର୍ଜ ଲାଗୁ କରିବା ଉପରେ ବିଚାର କରୁ ନାହାନ୍ତି । ସର୍ଭିସ ପ୍ରୋଭାଇଡର୍ସଙ୍କ ପାଇଁ ଟଙ୍କା ସଂଗ୍ରହ(କଷ୍ଟ ରିକଭରୀ) ପାଇଁ ଅନ୍ୟ ବିକଳ୍ପ ଉପରେ ବିଚାର କରାଯିବ। ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ମଜବୁତ କରିବା ପାଇଁ ସରକାର ଗତ ବର୍ଷ ଆର୍ଥିକ ସହାୟତାର ଘୋଷଣା କରିଥିଲେ । ଏହି ସହାୟତା ଚଳିତ ବର୍ଷ ମଧ୍ୟ ଦିଆଯିବ । ଅର୍ଥ ମନ୍ତ୍ରଣାଳୟ ଟ୍ୱିଟ କରି କହିଛି, ୟୁପିଆଇ ପେମେଣ୍ଟ ସର୍ଭିସ ଉପରେ କୌଣସି ପ୍ରଚାର ଚାର୍ଜ ଲାଗୁ କରାଯିବାର ବିଚାର କରାଯାଇ ନାହିଁ । ସରକାର ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମକୁ ସାହାଯ୍ୟ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ବର୍ଷ ସରକାର ଜିଡିଟାଲ ପେମେଣ୍ଟ ସିଷ୍ଟମ ପାଇଁ ହେବାକୁ ଥିବା ଏମଡିଆର ଚାର୍ଜର କ୍ଷତି ପାଇଁ ୧୫୦୦ କୋଟି ଟଙ୍କାର ଘୋଷଣା କରିଥିଲେ । କେନ୍ଦ୍ର ସରକାର ୨୦୨୦ ଜାନୁଆରୀ ୧ରୁ ରୁପେ ଡେବିଟ୍ କାର୍ଡ ଏବଂ ୟୁପିଆଇକୁ ଚାର୍ଜ ମୁକ୍ତ କରିଥିଲେ। ଏହାଦ୍ୱାରା ପ୍ରତ୍ୟେକ ଟ୍ରାଞ୍ଜେକସନ ଉପରେ ଏମଡିଆଇ ଚାର୍ଜର କ୍ଷତି ହେଉଥିଲା। ଏହି କ୍ଷତିପୂରଣ ପାଇଁ ଆର୍ଥିତ ସାହାଯ୍ୟ ଦିଆଯାଉଛି । ଉଲ୍ଲେଖଯୋଗ୍ୟ ଯେ, ୟୁପିଆଇ ସର୍ଭିସ ଅନଲାଇନରେ ଟଙ୍କା ନେଣଦେଣର ସବୁଠୁ ସରଳ ଏବଂ ଲୋକପ୍ରିୟ ମାଧ୍ୟମ ହୋଇଛି । ଏନପିସିଆଇ ଡାଟା ଅନୁସାରେ ଜୁଲାଇରେ ୟୁପିଆଇ ସାହାଯ୍ୟରେ ୬୦୦ କୋଟି ଟ୍ରାଞ୍ଜେକସନ ହୋଇଛି । ଏହି ଟ୍ରାଞ୍ଜେକସନ ଯୋଗୁଁ ପ୍ରାୟ ୧୦.୨ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜେକସନ ହୋଇଛି।

Show More

Related Articles

Back to top button