Breaking PLUSବାଣିଜ୍ୟମୁଖ୍ୟ ଖବର

ବିଜୟ ଶେଖର ଶର୍ମା ପୁଣି ଥରେ ହେଲେ Paytmର ଏମଡି

ସେୟାରଧାରକ ମାରିଲେ ମୋହର

ପେଟିଏମର ସହ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ପୁଣି ଥରେ ଫିନଟେକ୍ କମ୍ପାନିର ସିଇଓ ଏବଂ ଏମଡି ନିଯୁକ୍ତ ହୋଇଛନ୍ତି । ପେଟିଏମର ପେରେଣ୍ଟ କମ୍ପାନି ୱାନ 97 କମ୍ୟୁନିକେସନ ଲି. ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହାର ୯୯.୬୭ ପ୍ରତିଶତ ସେୟାର ହୋଲ୍ଡର ଶେଖର ଶର୍ମାଙ୍କୁ ପୁଣି ଥରେ ପାଞ୍ଚ ବର୍ଷ ପାଇଁ କମ୍ପାନିର ଏମଡି କରିବା ପ୍ରସ୍ତାବ ପକ୍ଷରେ ଭୋଟ ମାରିଛନ୍ତି । ଏହି ନିଷ୍ପତ୍ତି ପରେ ତାଙ୍କ କାର୍ଯ୍ୟକାଳ ୨୦୨୨ ଡିସେମ୍ୱର ୧୯ରୁ ୨୦୨୭ ଡିସେମ୍ୱର ୧୮ ଯାଏଁ ରହିବ।

କମ୍ପାନି କହିଛି ସମସ୍ତ ସାତ ପ୍ରସ୍ତାବ ୯୪ ପ୍ରତିଶତରୁ ଅଧିକ ଭୋଟର ସମର୍ଥନ ସହ ପାରିତ ହୋଇଛି । ଏଥିରେ ଆସନ୍ତା ତିନି ବର୍ଷ ଶେଖର ଶର୍ମାଙ୍କ ବେତନ, କାର୍ଯ୍ୟକାରୀ ନିର୍ଦ୍ଦେଶକ, ସଭାପତି ଏବଂ ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ ମଧୁର ଦେୱଡାଙ୍କ ପୁନଃ ନିଯୁକ୍ତି, ପ୍ରାରମ୍ଭିକ ନିବେଶକଙ୍କ ଏଲିଭେଶନ କ୍ୟାପିଟାଲର କୋ-ମ୍ୟାନେଜିଂ ପାର୍ଟନର ରବି ଆଦୁସୁମଲ୍ଲୀଙ୍କୁ କମ୍ପାନିର ନିର୍ଦ୍ଦେଶକ ଭାବେ ନିଯୁକ୍ତି ସାମିଲ ରହିଛି । ଏଜିଏମରେ ଏହା ଉପରେ ଚର୍ଚ୍ଚା ହୋଇ ନଥିଲା।

Show More

Related Articles

Back to top button